କନକ ବ୍ୟୁରୋ : ଫିକା ପଡ଼ିବ ହୋଲି ଓ ଦୋଳ ମେଳଣ । ରାଜଧାନୀରେ କୋଭିଡ୍ କଟକଣାରେ ପାଳନ ହେବ ଦୋଳ ପୂର୍ଣ୍ଣିମା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦୋଳ ଯାତ୍ରାରେ ସର୍ବାଧିକ ୬ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳିବ । ଯାତ୍ରାରେ ସାମିଲ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦୋଳ ବିମାନ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି ।
ଦୋଳ ବିମାନ ଗଲାବେଳେ କୌଣସି ପ୍ରକାରର ବାଦ୍ୟଯନ୍ତ୍ର ବାଜି ପାରିବନି । ମେଲଣ ପଡିଆରେ ୫୦ରୁ ୬୦ ଜଣଙ୍କୁ ଅନୁମତି । ମେଲଣ ପଡିଆରେ ୬ ଫୁଟ୍ ଦୂରତା ବଜାୟ ରଖିବେ । କୋଭିଡ୍ କଟକଣାରେ ମନ୍ଦିରରେ ନୀତିକାନ୍ତି ପାଳନ କରାଯିବ । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣା ଭିତରେ ହୋଲି ଓ ମେଳଣ ଅନୁଷ୍ଠିତ ହେବ । ଗାଇଡଲାଇନ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/25-16.jpg)