ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ? ସ୍ପଷ୍ଟ କଲା ବିଏମସି । ଜାଣନ୍ତୁ ମାର୍କେଟ କମ୍ପେ୍ଲକ୍ସ ଓ ସପିଙ୍ଗ ମଲକୁ ନେଇ କଣ କହିଲେ ବିଏମସି କମିଶନର ।

1,767

କନକ ବ୍ୟୁରୋ : ମଲ ଓ ମାର୍କେଟ କମ୍ପେ୍ଲକ୍ସକୁ ବନ୍ଦ ରଖି ଅଣଅତ୍ୟାବଶ୍ୟକ ସାମଗ୍ରୀରର କିଛି ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ । ତେବେ ଏହାକୁ ନେଇ କିଛି ଦ୍ୱନ୍ଦ ଦେଖା ଦେଇଥିଲା । ଏଣୁ କେଉଁ ଦୋକାନ କିଭଳି ଖୋଲିବ ଓ କେଉଁ ଦୋକାନ ପୂର୍ବଭଳି ବନ୍ଦ ରହିବ ସେନେଇ ବିଏମସି ତରଫରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ ତରଫରୁ ସ୍ପଷ୍ଟ କରାଯାଇଛି ଯେ ଗୋଟିଏ ବିଲଡିଂରେ ୫ରୁ ଅଧିକ ଦୋକାନ ଥିଲେ ତାକୁ ମାର୍କେଟ କମ୍ପେ୍ଲକ୍ସ ବୋଲି ଧରିନିଆଯିବ । ଅର୍ଥାତ ଏହି ସବୁ ସ୍ଥାନରେ କଟକଣା ମୁକ୍ତ ହୋଇଥିବା କୌଣସି ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିପାରିବ ନାହିଁ ।

କପଡା, ମୋବାଇଲ ରିପ୍ୟାରିଂ,ବିଦ୍ୟୁତ ସାମଗ୍ରୀ ଓ ଗହଣା ଦୋକାନ ଭଳି ଯେଉଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି ସେ ସବୁ କୌଣସି ମଲ କିମ୍ବା ମାର୍କେଟ କମ୍ପେ୍ଲକ୍ସରେ ନଥିବା ଜରୁରୀ । ଅଣଆତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବାକୁ ଯେଉଁ ଦୋକାନ ଗୁଡିକୁ ଅନୁମତି ମିଳିଛି ସେମାନେ କେବଳ ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିପାରିବେ । ତେବେ ଔଷଧ ଦୋକାନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ପୂର୍ବଭଳି ଖୋଲା ରହିବ । ଏସବୁ ଦୋକାନ ପାଇଁ କୌଣସି କଟକଣା ନାହିଁ । ସେହିପରି ଚା,ପାନ ଗୁଟଖା,କଫି,ଜୁସ ସେଂଟର,ଫାଷ୍ଟଫୁଡ ସହ ଠେଲାଗାଡି ଖୋଲାଯାଇପାରିବ ନାହିଁ । ନିର୍ମାଣ କାର୍ଯ୍ୟ ପାଇଁ ସପ୍ଲାଏ ଦୋକାନ ଖୋଲା ରହିଲେ ବି ରାତିରେ ସାମଗ୍ରୀ ପରିବହନ ପାଇଁ ପରାମର୍ଶ ଦିଆଯାଇଛି ।

ତେବେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଯେଉଁ ଦୋକାନ ଗୁଡିକୁ ବର୍ତମାନ ଅନୁମତି ମିଳୁଛି, ସେଗୁଡିକ ମଲ କିମ୍ବା କମ୍ପେ୍ଲକ୍ସରେ ନଥିବା ଜରୁରୀ ।