ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆସିଲା ନିୟମାବଳୀ । ରଥଯାତ୍ରା ସମୟରେ ପୁରୀରେ ରହିପାରିବେନି ବାହାର ପର୍ଯ୍ୟଟକ ଓ ଭକ୍ତ, ଖାଲି ରହିବ ଲଜ୍, ଧର୍ମଶାଳା ଓ ହୋଟେଲ ।

2,405

କନକ ବ୍ୟୁରୋ : ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆସିଛି ନିୟମାବଳୀ ।  ରଥଯାତ୍ରା ସମୟରେ ଲଜ୍, ହୋଟେଲ ଓ ଧର୍ମଶାଳାରେ ରହିପାରିବେନି ପର୍ଯ୍ୟଟକ । ଏଥିପାଇଁ ଲଜ ଓ ଧର୍ମଶାଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବଡଦାଣ୍ଡର ଦୁଇପାଖରେ ଥିବା କୋଠା ଛାତ ଉପରେ କେବଳ ସଂପୃକ୍ତ ଘରର ସଦସ୍ୟ ରହିପାରିବେ ।  ବାହାର ଲୋକଙ୍କୁ ଏଥିଲାଗି ଅନୁମତି ଦିଆଯିବନାହିଁ ।

ଘରେ ଥିବା ପରିବାର ଲୋକଙ୍କ ସର୍ଭେ କରାଯିବ । ବଡଦାଣ୍ଡରେ ୧୪୪ ଧାରା ଜାରି ରହିବ ।  ଆଇନଶୃଙ୍ଖଳା  ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବ  ।  ଗୁଣ୍ଡିଚାଠାରୁ ନୀଳଦ୍ରିବିଜେ ଯାଏଁ  ରଥ ନିକଟରେ ସ୍ୱତନ୍ତ୍ର ଆଲୋକୀକରଣ ହେବ । ରଥଯାତ୍ରା ପୂର୍ବର୍ରୁ ୩ ହଜାର ସେବାୟତ. ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ମନ୍ଦିର କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ ।  ଜିଲ୍ଲାପାଳଙ୍କ ସହ ସେବାୟତ ନିଯୋଗର ବୈଠକ ପରେ ଏହି ନିଷ୍ପତି ହୋଇଛି ।