ଗଣମାଧ୍ୟମ ସଂସ୍ଥାଗୁଡିକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ ! ସହିଦ ଯବାନଙ୍କ ପରିବାରବର୍ଗ ଓ ସର୍ମ୍ପକୀୟଙ୍କୁ ପରଦାକୁ ଆଣନ୍ତୁ ନାହିଁ

Advertisment
ଗଣମାଧ୍ୟମ ସଂସ୍ଥାଗୁଡିକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ ! ସହିଦ ଯବାନଙ୍କ ପରିବାରବର୍ଗ ଓ ସର୍ମ୍ପକୀୟଙ୍କୁ ପରଦାକୁ ଆଣନ୍ତୁ ନାହିଁ

ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୪୦ରୁ ଊର୍ଧ୍ୱ ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କର ଫଟୋ, ଭିଡିଓ ଗଣମାଧ୍ୟମ ପରଦାରେ ନ ଦେଖାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ପରାମର୍ଶ ପତ୍ର ଜାରି କରାଯାଇଛି। ଏପରି କରିବା ଦ୍ୱାରା ଆତଙ୍କବାଦୀମାନଙ୍କର ଆତଙ୍କୀ ଆଚରଣ ବୃଦ୍ଧି ପାଇପାରେ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା କୁହାଯାଇଛି। ବିଶେଷକରି ଟିଭି ଚ୍ୟାନେଲଗୁଡ଼ିକ ସହିଦ ଯବାନଙ୍କ ସଂପର୍କୀୟଙ୍କୁ ପରଦାକୁ ଆଣନ୍ତୁ ନାହିଁ ବୋଲି କୁହାଯାଇଛି।

ଗତକାଲି ଆତ୍ମଘାତୀ ଆକ୍ରମଣ ଘଟିବା ପରେ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ନାମ ପ୍ରକାଶ ନକରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା। ଗତକାଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଭିନ୍ନ ଏକ ପରାମର୍ଶ ପତ୍ରରେ ଗଣମାଧ୍ୟମ ସଂସ୍ଥା ନିଜର ଗାଇଡଲାଇନ୍ ମାନି ଖବର ପ୍ରକାଶ କରନ୍ତୁ ବୋଲି କୁହାଯାଇଥିଲା। ଏପରି ଏକ ସମ୍ବେଦନଶୀଳ ବିଷୟକୁ ଉପସ୍ଥାପନା କରିବା ବେଳେ ଆବଶ୍ୟକୀୟ ନିୟମ ପାଳନ କରିବାକୁ ସୂଚନା ଦିଆଯାଇ ଥିଲା। ବିଶେଷ କରି ଯେଉଁ ବିଷୟ ଆତଙ୍କବାଦୀ ଆଚରଣକୁ ପ୍ରବର୍ତ୍ତାଇବ ସେପରି ବିଷୟକୁ ଟିଭିରେ ନ ଦେଖାଇବା ପାଇଁ ଟିଭି ଚ୍ୟାନେଲ୍ଗୁଡ଼ିକୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe