କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଗାଇଡଲାଇନ୍ ଜାରି କଲା ବିଏମସି । ବିନ୍ଦୁସାଗରରେ ବୁଡ଼ ପକାଇବା ଉପରେ କଟକଣା ।

233

କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବିଏମସିର କଟକଣା । କାର୍ତ୍ତିକ ପୂର୍ଣ୍ଣମୀ ତଥା ବଡ଼ଓଷା ପାଇଁ ଗାଇଡଲାଇନ୍ ଜାରି କରିଛି ବିଏମସି । ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ କଟକଣା ଲଗାଯାଇଛି । ପୁଷ୍କରିଣୀ ଓ ନଦୀରେ ବୁଡ଼ ପକାଇବାକୁ ନିଷେଧ କରାଯାଇଛି ।

ଆସନ୍ତା ୧୯ ତାରିଖ ପାଇଁ କଟକଣା ଜାରି କରିଛି ବିଏମସି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବିଏମସି ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ବିଏମସି ଅଧୀନରେ ଥିବା ସମସ୍ତ ଜଳାଶୟ ଉପରେ କଟକଣା ଜାରି କରାଯାଇଛି ।