କନକ ବ୍ୟୁରୋ : ଭସାଣି ପାଇଁ ଟ୍ୱିନସିଟିରେ ବ୍ୟାପକ ବନ୍ଦୋବସ୍ତ । ଭୁବନେଶ୍ୱରରେ ଭସାଣିକୁ ଦୃଷ୍ଟିରେ ରଖି, ଗାଡ଼ି ଚାଳକଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୁଲିସ୍ । ଜାରି ହୋଇଥିବା ଗାଇଡଲାଇନ ଅନୁସାରେ, ଆଜି ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ । ଏଥିପାଇଁ ରାତି ଗୋଟିଏ କିମ୍ବା ଭସାଣି ସରିବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ ।
Public Notice issued i.c.w Durga Puja immersion festival at Bhubaneswar City #durgapuja#DurgaPuja2023pic.twitter.com/TTROozoV1R
— DCP TRAFFIC, BHUBANESWAR-CUTTACK (@DCP_TRAFFIC) October 24, 2023
ସହିଦ ନଗର ଭସାଣ ବେଳେ ବାଣୀବିହାର ରୁପାଲି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ବାରଣ କରାଯାଇଛି । ଏହି ସମୟରେ ଯାନବାହାନ ଗୁଡ଼ିକ ବାଣୀବିହାରରୁ ଆଚାର୍ଯ୍ୟ ବିହାର ଦେଇଯିବ । ସେହିପରି ରାଜପଥ ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି । ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ି ଗୁଡ଼ିକ ସଚିବାଳୟ ମାର୍ଗ ଦେଇ ଯିବ । ସେହିପରି ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ । ଚନ୍ଦ୍ରଶେଖରପୁର ଭସାଣ ବେଳେ କିଟ୍ ପାଶ୍ୱର୍ରୁ ନାଲକୋ ଛକ ଯିବା ମନା କରାଯାଇଛି । ବଡ଼ କଥା ହେଉଛି ନିୟମ ଉଲ୍ଲଂଘନ କଲେ ୫ ଶହ ଟଙ୍କାରୁ ହଜାରେ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/Screen-Shot-2023-10-25-at-10.19.47-AM.jpg)