ପାର୍ବଣ କଟକଣା: ପୂଜା ପେଣ୍ଡାଲରେ ବଳବତ୍ତର ରହିଲା ପୂର୍ବ କଟକଣା ।

169

କନକ ବ୍ୟୁରୋ: ପାର୍ବଣ ପାଇଁ କଟକଣା ଜାରି କରିଛନ୍ତି ଏସଆରସି । ପୂର୍ବ ନିର୍ଦ୍ଧାରିତ ଗାଇଡଲାଇନ ମୁତାବକ ୪ ଫୁଟ୍ ରହିବ ଦେବୀଙ୍କ ମୂର୍ତ୍ତି ଉଚ୍ଚତା । ଏଥର ବି ବଢିବନି ମୂର୍ତ୍ତିର ଉଚ୍ଚତା । ୪ ଫୁଟ ରହିବ ମାଆ ଦୂର୍ଗାଙ୍କ ମୂର୍ତ୍ତିର ଉଚ୍ଚତା । ପୂଜା କମିଟିଗୁଡ଼ିକୁ ଅନୁରୋଧ ସରକାରଙ୍କୁ ସହଯୋଗ କରିବା ପରେ ଏ ନିଷ୍ପତ୍ତିକୁ ଘୋଷଣା କରିଛନ୍ତି ଏସଆରସି ।

ତେବେ ମୂର୍ତ୍ତି ଉଚ୍ଚତା ସହ ପାର୍ବଣ ପାଇଁ ବଳବତ୍ତର ରହିବ ପୂର୍ବ ଗାଇଡଲାଇନ । ଅଗଷ୍ଟ ୯ରେ ଏସଆରସି ଜାରି କରିଥିବା ଗାଇଡ ଲାଇନ ବଳବତ୍ତର ରହିବ । ପାର୍ବଣର ଋତୁ ଚାଲୁଥିବାରୁ କୌଣସି ପେଣ୍ଡାଲରେ ୪ ଫୁଟରୁ ଅଧିକ ଉଚ୍ଚ ହେବ ନାହିଁ ମୂର୍ତ୍ତି । ବିନା ଭକ୍ତରେ କେବଳ ବିଧିମୂତାବକ ପୂଜା ସମ୍ପନ୍ନ ହେବ । ପୂଜା ପେଣ୍ଡାଲରେ ସର୍ବାଧିକ ୭ ଜଣଙ୍କୁ ରହିବାକୁ ଅନୁମତି ଦିଆଯାଇଛି, ଅର୍ଥାତ୍ କର୍ତା, ପୂଜାରୀ ଓ ଅନୁଷ୍ଠାନର କର୍ମକର୍ତା ମିଶି ସର୍ବାଧିକ ୭ ଜଣ ରହିପାରିବେ । ସେହିପରି ପୂଜା ପେଣ୍ଡାଲ ଗୁଡ଼ିକୁ ୪ ପଟୁ ଆବଦ୍ଧ କରାଯିବ । ତିନି ପଟୁ ସମ୍ପୂର୍ଣ୍ଣ ଆବଦ୍ଧ କରାଯାଇ ଗୋଟିଏ ପଟେ କେବଳ ପୂଜା ବିଧି ଚାଲିବ । ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ ସାଧାରଣ ଲୋକ ।