କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପାଇଁ ଆସିଲା ଗାଇଡଲାଇନ । ଭୋଟ ଗଣତି କେନ୍ଦ୍ରକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ହେବ ଥର୍ମାଲ ସ୍କ୍ରିନିଂ । ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ଯାଇପାରିବେ । ଡବଲ ଡୋଜ ଟିକା ନେଇଥିଲେ ମଧ୍ୟ ଗଣତିର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟ ଜରୁରୀ । ସେହିଭଳି ଟିକା ନେଇଥିଲେ ମଧ୍ୟ କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଭୋଟ ଗଣତି କେନ୍ଦ୍ର ଯିବାକୁ ମିଳିବନି ଅନୁମତି ।
ଆସନ୍ତା ୨୪ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତୃ୍ତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ସମସ୍ତ ଭୋଟବାକ୍ସକୁ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଚଳିତ ପଞ୍ଚାୟତ ନିର୍ବାଚନ ସମୟରେ ଯେହେତୁ ବିଭିନ୍ନ ସ୍ଥାନରୁ ହିଂସାକାଣ୍ଡର ଖବର ସାମ୍ନାକୁ ଆସିଛି ତେଣୁ ଭୋଟ ଗଣତି ସମୟରେ ସୁରକ୍ଷାବ୍ୟବସ୍ଥା କିପରି କଡାକଡି ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/31-21.jpg)