କନକ ବ୍ୟୁରୋ : ଦେଶ ଓ ରାଜ୍ୟରେ ଓମିକ୍ରନ ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ବଡଦିନ ଓ ନୂଆବର୍ଷ ପାଇଁ ଗାଇଡଲାଇନ ଆଣିଛନ୍ତି । ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ ଗାଇଡଲାଇନ ଆଣିଛନ୍ତି ସରକାର । ଏହି ଗାଇଡଲାଇନ ଅନୁଯାୟୀ, କେବଳ ଚର୍ଚ୍ଚରେ ପାଳନ ହେବ ବଡଦିନ ।ବଡଦିନ ପାଳନରେ କେବଳ ୫୦ ଜଣଙ୍କୁ ଅନୁମତି ମିଳିବ । ଜିରୋ ନାଇଟ ସେଲିବ୍ରେସନ ସମ୍ପୂର୍ଣ୍ଣ ବନ୍ଦ ରହିବ । ହୋଟେଲ, କ୍ଲବ,ରେଷ୍ଟୁରାଣ୍ଟରେ ସମ୍ପୂର୍ଣ୍ଣ ନୂଆବର୍ଷ ପାଳନ ବନ୍ଦ ରହିବ । ପାର୍କ,କନଭେସନ ହଲ ଓ କଲ୍ୟାଣ ମଣ୍ଡପରେ ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି ।

Advertisment

ଏହାବାଦ୍  ସାମୁହିକ ଭୋଜି ଉପରେ ଲାଗିଲା କଟକଣା । କେବଳ ବାହାଘର ହୋଇପାରିବ, କିନ୍ତୁ ଭୋଜିଭାତ ମନା । ଭିଡ ଓ ସମାବେଶ ଉପରେ କଟକଣା ଲାଗୁ ରହିବ ସାମାଜିକ ରାଲି, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ରହିଥିବା ବେଳେ  ନାଚଗୀତ, ଅର୍କେଷ୍ଟ୍ରା ଉପରେ କଟକଣା ଜାରି କରିଛନ୍ତି ସରକାର ।