‘କାଟାଗୋରୀ-ବି’ରେ ୧୦ ଜିଲ୍ଲା? ଜାଣନ୍ତୁ କଣ ବନ୍ଦ, କଣ ଖୋଲା?

641

କନକ ବ୍ୟୁରୋ : କରୋନା ସଂକ୍ରମଣ କମୁଥିବା ବେଳେ କାଟାଗୋରୀ-ବି ଜିଲ୍ଲାରେ ମଧ୍ୟ କଟକଣା କୋହଳ କରାଯାଇଛି । କାଟାଗୋରୀ-ବିରେ ପୂର୍ବଭଳି ୧୦ଟି ଜିଲ୍ଲା ରହିଛି । ଏହି ଜିଲ୍ଲା ଗୁଡିକରେ ସନ୍ଧ୍ୟା ୫ଟା ଯାଏଁ ଏଣିକି ଦୋକାନ ବଜାର ଖୋଲା ରହିବ । ପୂର୍ବରୁ କାଟାଗୋରୀ-ବି ଜିଲ୍ଲାରେ ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଥିଲା । ତେବେ ଏହି ଜିଲ୍ଲାଗୁଡିକରେ ସନ୍ଧ୍ୟା ୫ରୁ ସକାଳ ୬ଟା ଯାଏଁ ନାଇଟକର୍ଫ୍ୟୁ ଜାରି ରହିବ ।

କାଟାଗୋରୀ-ବି ଜିଲ୍ଲାରେ ଦୋକାନ ବଜାର କିନ୍ତୁ ମାତ୍ର ୫ ଦିନ ଖୋଲା ରହିବ । ଅଥାର୍ତ ଏହି ଜିଲ୍ଲା ଗୁଡିକରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ତେବେ କାଟାଗୋରୀ-ବି ଜିଲ୍ଲାରେ ଦୈନିକ ଓ ସାପ୍ତାହିକ ହାଟ ଖୋଲିପାରିବନି । ଏସବୁ ବ୍ୟତୀତ କାଟାଗୋରୀ-ବି ଜିଲ୍ଲାରେ ବସ ଚଳାଚଳକୁ ସରକାର ଅନୁମତି ଦେଇଛନ୍ତି ସରକାର । ପୂର୍ବରୁ କେବଳ କାଟାଗୋରୀ-ଏ ଜିଲ୍ଲାରେ ବସ ଚଳାଚଳକୁ ଅନୁମତି ମିଳିଥିଲା ।