କାଟାଗୋରୀ-ଏରେ ୨୦ ଜିଲ୍ଲା? ଜାଣନ୍ତୁ ଏହି ସମୟରେ କଣ ଖୋଲା ଓ କଣ ବନ୍ଦ ରହିବ?

487

କନକ ବ୍ୟୁରୋ : ଜୁଲାଇ ମାସ ପାଇଁ ଆସିଲା ଗାଇଡଲାଇନ । ଆସନ୍ତା ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ୩୦ ଜିଲ୍ଲାକୁ ୨ଟି କାଟାଗୋରୀରେ ବିଭକ୍ତ କରାଯାଇଛି । କାଟାଗୋରୀ-ଏରେ ୨୦ଟି ଜିଲ୍ଲା ରହିଛି, ଯେଉଁଠି ସଂକ୍ରମଣ ୫ ପ୍ରତିଶତରୁ କମ ରହିଛି । ତେବେ କାଟାଗୋରୀ-ଏ ଜିଲ୍ଲାରେ କଣ ଖୋଲା ଓ କଣ ବନ୍ଦ ତାହା ଉପରେ ଥରେ ନଜର ପକାନ୍ତୁ ।

କାଟାଗୋରୀ-ଏରେ ଥିବା ୨୦ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ଏହି ୨୦ଟି ଜିଲ୍ଲାରେ ଯାତ୍ରୀବାହୀ ବସ୍ ଚଳାଚଳ କରିପାରିବ । ତେବେ ବସରେ ଯେତିକି ସଂଖ୍ୟକ ସିଟ୍ ରହିଥିବ ସେତିକି ସଂଖ୍ୟକ ଯାତ୍ରୀ ନେବାକୁ ଅନୁମତି ରହିଛି । ସେହିଭଳି ଟ୍ୟାକ୍ସି ଓ ଅଟୋରିକ୍ସାରେ ଚାଳକଙ୍କ ସହ ମାତ୍ର ୨ ଜଣ ଯାତ୍ରୀ ଯାଇପାରିବେ । କାଟାଗୋରୀ-ଏରେ ଥିବା ଜିଲ୍ଳା ଗୁଡିକରେ କଟକଣା ଟିକିଏ କୋହଳ କରାଯାଇଥିବା ବେଳେ ଦୈନିକ ଓ ସାପ୍ତାହିକ ହାଟକୁ ଅନୁମତି ମିଳିଛି । ଏପରିକି ଏହି ଜିଲ୍ଲା ଗୁଡିକରେ ସପ୍ତାହାନ୍ତ ସଟଡାଉନ ହେବନି ବୋଲି ନିଷ୍ପତି ନେଇଛନ୍ତି ସରକାର ।

କାଟାଗୋରୀ-ଏରେ ଥିବା ଜିଲ୍ଳା ଗୁଡିକରେ ମଲ,ସ୍ପା, ବିୟୁଟିପାର୍ଲର ବନ୍ଦ ରହିବ କିନ୍ତୁ ଛୋଟ ସେଲୁନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଏହାବାଦ୍ ଆଉଟଡୋର ଓ ଇନଡୋର ଫିଲ୍ମ ସୁଟିଂକୁ ମଧ୍ୟ ଏହି ଜିଲ୍ଲା ଗୁଡିକରେ ଅନୁମତି ମିଳିଛି । ଏସବୁ ବ୍ୟତୀତ ରାଜ୍ୟ ସାରା ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟକର୍ଫ୍ୟୁ ପୂର୍ବଭଳି ଜାରି ରହିବ । ଟିକାକରଣ, ଟେଷ୍ଟିଂ ଓ ସ୍ୱାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କୌଣସି କଟକଣା ରହିବନି ।

କାଟାଗୋରୀ-ଏରେ ଥିବା ଜିଲ୍ଲା :
ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା