କନକ ବ୍ୟୁରୋ : କରୋନାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ଦୁଇ ସପ୍ତାହ ଆଂଶିକ ଲକଡାଉନ ଜାରି କଲେ ସରକାର । ଅଗଷ୍ଟ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଜାରି ରହିବ । ତେବେ ପୂର୍ବଭଳି ୩୦ ଜିଲ୍ଲାକୁ ଦୁଇଟି କାଟାଗୋରୀ ହିସାବରେ ବିଭକ୍ତ କରି କଟକଣା ଜାରି କରାଯାଇଛି । କାଟାଗୋରୀ-ଏ ଜିଲ୍ଲାରେ ପୂର୍ବଭଳି ୨୦ ଜିଲ୍ଲା ରହିଥିବା ବେଳେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି ।
କାଟାଗୋରୀ-ଏ ଜିଲ୍ଲାରେ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ପୂର୍ବରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ଖୋଲା ରହୁଥିଲା । କିନ୍ତୁ ନୂଆ ଗାଇଡଲାଇନରେ ଏହି ସମୟରେ ଟିକିଏ ବୃଦ୍ଧି କରାଯାଇଛି । ପୂର୍ବଭଳି କାଟାଗୋରୀ-ଏ ଜିଲ୍ଲାରେ ୭ ଦିନ ଦୋକାନ ବଜାର ଖୋଲା ରହିବ । ତେବେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଏହାସହ କାଟାଗୋରୀ-ଏ ଜିଲ୍ଲାରେ ଦୈନିକ ଓ ସାପ୍ତାହିକ ହାଟ ଖୋଲା ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/41-1.jpg)