ରେଳବାଇର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ । ବାହାର ରାଜ୍ୟରୁ ଶ୍ରମିକଙ୍କୁ ନେବା ପାଇଁ ଏହି ନିୟମ ପାଳନ କରିବାକୁ ଦିଆଗଲା ନିର୍ଦ୍ଦେଶ

Advertisment
ଦଶହରା ପାଇଁ ଆରପିଏଫ୍‌ ଜାରି କଲା ନିର୍ଦେଶାବଳୀ : ଛେପ ପକାଇଲେ ଗଣିବେ ତଣ୍ଡ

କନକ ବ୍ୟୁରୋ :  ଭାରତୀୟ ରେଳବାଇ ରବିବାର ଦିନ ଲକଡାଉନ କାଳରେ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ତଥା ଅନ୍ୟାନ୍ୟ ବ୍ୟକ୍ତିଙ୍କ ପରିବହନ ପାଇଁ ନିୟୋଜିତ ‘ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍’ର କାର୍ଯ୍ୟ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିଛି। ରାଜ୍ୟ ପ୍ରଶାସନର ଚାହିଦା ଅନୁଯାୟୀ ଜୋନାଲ ରେଳ ଏହି ଟ୍ରେନଗୁଡିକ ଚଳାଚଳ କରିବ। କେନ୍ଦ୍ର ରେଳ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟ ଦ୍ୱାରା ସୂଚିତ ଯାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ରେଳବାଇ ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳକୁ ନେଇ ଟ୍ରେନ୍ ଟିକେଟ୍ ପ୍ରିଣ୍ଟ କରିବ । ଏହା ପରେ ସ୍ଥାନୀୟ ରାଜ୍ୟ ସରକାରୀ କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ଟିକେଟ୍ ହସ୍ତାନ୍ତର କରିବା ସହ ଟିକେଟ୍ ଭଡା ସଂଗ୍ରହ କରିବେ ଏବଂ ପରେ ରେଳବାଇକୁ ମୋଟ ରାଶି ହସ୍ତାନ୍ତର କରିବେ।

ନିର୍ଦ୍ଦେଶାବଳୀରେ ଆହୁରି ଉଲ୍ଲେଖ କରାଯାଇଛି ଯେ :
ସମସ୍ତ ଯାତ୍ରୀଙ୍କ ପାଇଁ ଫେସ୍ କଭର / ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।
୧୨ଘଣ୍ଟାରୁ ଅଧିକ ଲମ୍ବା ଯାତ୍ରା ଥିଲେ ରେଳବାଇ ଦ୍ୱାରା ଗୋଟିଏ ଭୋଜନ ଯୋଗାଇ ଦିଆଯିବ ।
ଗନ୍ତବ୍ୟ ସ୍ଥଳରେ ଟ୍ରେନ ପହଂଚିବା ପରେ ଫେରନ୍ତାମାନେ ଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମଂଜୁରିପ୍ରାପ୍ତ ହୋଇଛନ୍ତି ନା ନାହିଁ ଏବଂ ସେମାନଙ୍କ ପାଖରେ ଯାତ୍ରା ପାଇଁ ବୈଧ ଟିକେଟ୍ ଅଛି କି ନାହିଁ ତାହା ସ୍ପଷ୍ଟ କରିବା ପରେ ସେମାନେ ଷ୍ଟେସନ ପରିସରରେ ପ୍ରବେଶ କରିବେ ।
ରାଜ୍ୟ ସରକାର ଲୋକମାନେ ପହଂଚିବା ପରେ ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ ଏବଂ ପାନୀୟ ଜଳ ପ୍ରଦାନ କରିବେ।
ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ରାଜ୍ୟ ସରକାରୀ କର୍ତ୍ତୃପକ୍ଷ ନେଇ ସେମାନଙ୍କର ସ୍କ୍ରିନିଂ କରିବା ସହ ରେଳ ଷ୍ଟେସନରୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ଦରକାର ପଡିଲେ ସଙ୍ଗରୋଧରେ ରଖିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe