ଦୁନିଆର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଭାରତୀୟ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଈ ହେଇଯାଇଛି ।  ୟୁଏଇରେ ବିଶ୍ୱ ସରକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ  ପୂର୍ବରୁ ସବୁପ୍ରକାର ପ୍ରସ୍ତୁତି ସରିଛି ।   ଏହି ସମୟରେ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମାନାର୍ଥେ ବୁର୍ଜ ଖଲିଫା ଉପରେ 'ଗେଷ୍ଟ ଅଫ୍ ଅନର-ରିପବ୍ଲିକ୍ ଅଫ୍ ଇଣ୍ଡିଆ' ଲେଖାଯାଇଥିଲା ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ଅଛନ୍ତି । ଆବୁଧାବିରେ ଏକ ରାଉଣ୍ଡ କୂଟନୈତିକ ବୈଠକ ଜାରି ରହିଛି । ୟୁଏଇ ଗସ୍ତ ସମୟରେ ପିଏମ ମୋଦୀ ବିଶ୍ୱ ସରକାର ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ । ପିଏମ ମୋଦୀଙ୍କ ଅଭିଭାଷଣ ପୂର୍ବରୁ ଦୁବାଇର ବୁର୍ଜ ଖଲିଫାଙ୍କୁ ଭାରତୀୟ ରଙ୍ଗର ଆଲୋକରେ ସଜାଯାଇଥିଲା ।

ଦୁନିଆର ସବୁଠୁ ଉଚ୍ଚ କୋଠା ବୁର୍ଜ ଖଲିଫା ଭାରତୀୟ ତ୍ରିରଙ୍ଗା  ରଙ୍ଗରେ ରଙ୍ଗେଈ ହେଇଯାଇଛି ।  ୟୁଏଇରେ ବିଶ୍ୱ ସରକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ  ପୂର୍ବରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି । ଏହି ସମୟରେ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମାନାର୍ଥେ ବୁର୍ଜ ଖଲିଫା ଉପରେ 'ଗେଷ୍ଟ ଅଫ୍ ଅନର - ରିପବ୍ଲିକ୍ ଅଫ୍ ଇଣ୍ଡିଆ' ଲେଖାଯାଇଥିଲା । ଗତକାଲି ଆବୁଧାବିରେ ଅହଲାନ ମୋଦୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି । ଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଏବଂ ୟୁଏଇ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଶଂସା କରିଛନ୍ତି ।

ଦୁବାଇର କ୍ରାଉନ୍ ପ୍ରିନ୍ସ ସ୍ୱାଗତ କରିଥିଲେ

ୟୁଏଇ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁଏଇର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଏହି ସମୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ ହାମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟୁମ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଏକ ଦୃଢ ସମ୍ପର୍କ ଆନ୍ତର୍ଜାତୀୟ ସହଯୋଗ ପାଇଁ ଏକ ମଡେଲ ଭାବରେ କାର୍ଯ୍ୟ କରିଥାଏ । ‘X’ ରେ, ଦୁବାଇର କ୍ରାଉନ୍ ପ୍ରିନ୍ସ କହିଛନ୍ତି ଯେ ଆମେ ଚଳିତ ବର୍ଷର ବିଶ୍ୱ ସରକାରୀ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଭାରତ ଗଣତନ୍ତ୍ର ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରୁଛୁ । ଆମର ଦୃଢ ସମ୍ପର୍କ ଅଛି । ଆନ୍ତର୍ଜାତୀୟ ସହଯୋଗ ପାଇଁ ରାଷ୍ଟ୍ରମାନେ ଏକ ମଡେଲ ଭାବରେ କାର୍ଯ୍ୟ କରନ୍ତି ।  ଶାସନର ସର୍ବୋତ୍ତମ ଅଭ୍ୟାସ, ସଫଳତାର କାହାଣୀ ଏବଂ ପଦକ୍ଷେପ ବାଣ୍ଟିବା ଏବଂ ସରକାରଙ୍କ ଭବିଷ୍ୟତ ବିଷୟରେ କଳ୍ପନା କରିବା ପାଇଁ ବିଶ୍ୱ ସରକାରୀ ସମ୍ମିଳନୀ ବିଶ୍ୱର ଏକ ଅଗ୍ରଣୀ ପ୍ଲାଟଫର୍ମରେ ପରିଣତ ହୋଇଛି ।

ବୃହତ୍ତମ ହିନ୍ଦୁ ମନ୍ଦିରର ଉଦଘାଟନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଇଆଇଟି ଦିଲ୍ଲୀ-ଆବୁଧାବି କ୍ୟାମ୍ପସର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ଦୁଇ ଦେଶର ଛାତ୍ରଙ୍କୁ ଏକାଠି କରିବାର ପ୍ରକଳ୍ପକୁ ପ୍ରଶଂସା କରିଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆର ବୃହତ୍ତମ ହିନ୍ଦୁ ମନ୍ଦିର ମଧ୍ୟ ଆବୁଧାବିରେ ଉଦଘାଟନ କରିବେ । ୭୦୦ କୋଟି ଟଙ୍କା ବ୍ୟୟରେ ନାଗରା ଶୈଳୀରେ ଗୋଲାପୀ ବାଲୁକା ପଥରରେ ନିର୍ମିତ ଏହି ମହାନ ମନ୍ଦିରଟି ୧୦୮ ଫୁଟ ଉଚ୍ଚ ଏବଂ ୪୦୨  ସ୍ତମ୍ଭ ଉପରେ ନିର୍ମିତ ।  ଅଯୋଧ୍ୟାରେ ଥିବା ରାମ ମନ୍ଦିର ପରି ଏହା ମଧ୍ୟ ୨୭  ଏକର ଉପରେ ବ୍ୟାପିଥିବା ଏହି ମନ୍ଦିରରେ ଇସ୍ପାତ ଏବଂ ଲୁହା ବ୍ୟବହାର କରାଯାଇ ନାହିଁ । ଏହି ଭବ୍ୟ  ମନ୍ଦିର ପାଞ୍ଚ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି ।