ଏମପିସି କଲେଜରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ! ନ୍ୟାୟ ଦାବିରେ ଶତାଧିକ କଲେଜ ଛାତ୍ରୀଙ୍କୁ ଶୋଭାଯାତ୍ରା

62

କନକ ବ୍ୟୁରୋ : ଏମପିସି ଅଟୋନମସ କଲେଜରେ ଛାତ୍ରୀଙ୍କୁ ଅସଦାଚରଣ । ସେହି କଲେଜର ଜଣେ ଅତିଥୀ ଅଧ୍ୟାପକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଆଉ ନ୍ୟାୟ ଦାବିରେ ଆଜି କଲେଜ ଛାତ୍ରୀମାନେ ୫ କିଲୋମିଟର ଶୋଭାଯାତ୍ରାରେ ଆସି ବାରିପଦା ଟାଉନ ଥାନାରେ ଏତଲା ଦେଇଛନ୍ତି । ଅସଦାଚରଣ କରିଥିବା ଗେଷ୍ଟ ଫେକଲଟିକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ଡେରି କଲେ ଥାନା ଘେରାଉ କରାଯିବ ବୋଲି ଛାତ୍ରୀମାନେ ଧମକ ଦେଇଛନ୍ତି ।

ଆଜି ଏମପିସି ଅଟୋନମସ କଲେଜରୁ ଶତାଧିକ ଛାତ୍ରୀ ଚାଲିଚାଲି ଆସି ଟାଉନ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ବାରିପଦା ଅଟୋନମସ କଲେଜର ଜଣେ ପ୍ଲସଥ୍ରୀ ଛାତ୍ରୀଙ୍କୁ କଂପୁଟର ବିଭାଗର ଗେଷ୍ଟ ଫେକଲଟି ଅସଦାଚରଣ କରିଥିଲେ । ଘଟଣା ସଂପର୍କରେ କାହାକୁ କହିଲେ ଛାତ୍ରୀଙ୍କୁ ପରୀକ୍ଷାରେ ଫେଲ କରାଇଦେବେ ନହେଲେ ପ୍ରାକ୍ଟିକାଲରେ କମ ମାର୍କ ଦେବେ ବୋଲି ଭୟ ଦେଖାଇଥିଲେ ।

ଏପରିକି ଦରକାର ପଡିଲେ ହତ୍ୟା କରିବାକୁ ମଧ୍ୟ ପଛେଇବେ ନାହିଁ ବୋଲି୍ ଅଧ୍ୟାପକ ଧମକ ଦେଇଥିବା ପୀଡିତା ଅଭିଯୋଗ କରିଛନ୍ତି । ଏନେଇ ଗତକାଲି କଲେଜ କର୍ତୃପକ୍ଷଙ୍କୁ ପୀଡିତା ଅଭିଯୋଗ କରିବା ପରେ ସଂପୃକ୍ତ ଅଧ୍ୟାପକଙ୍କୁ କଲେଜରୁ ବହିଷ୍କାର କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –