ସାମନାକୁ ଆସୁଛି ଗୁଡ୍ଡୁ ମୁସଲିମଙ୍କ ଓଡ଼ିଶା ଲିଙ୍କ୍। ୨ଦିନ ତଳେ ବରଗଡ ଆସିଥିଲା ଉତ୍ତର ପ୍ରଦେଶ ଏସଟିଏଫ ଟିମ୍।

ସାମନାକୁ ଆସୁଛି ଗୁଡ୍ଡୁ ମୁସଲିମଙ୍କ ଓଡ଼ିଶା ଲିଙ୍କ୍। ୨ଦିନ ତଳେ ବରଗଡ ଆସିଥିଲା ଉତ୍ତର ପ୍ରଦେଶ ଏସଟିଏଫ ଟିମ୍।

କନକ ବ୍ୟୁରୋ: ସାମ୍ନାକୁ ଆସୁଛି ଗୁଡ୍ଡୁ ମୁସଲିମର ଓଡ଼ିଶା ଲିଙ୍କ । ଦୁଇ ଦିନ ତଳେ ୟୁପି ଏସଟିଏଫ୍ ଟିମ୍ ବରଗଡ ଆସି ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି । ରାଜାର ଘର ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ ହୋଇଥିବା ବେଳେ ବରଗଡ଼ ସୋହେଲାରେ ତାଙ୍କର ବ୍ୟବସାୟ ରହିଛି । ଗୁଡୁ ମୁସଲିମ ସହିତ ରାଜା ଖାନର ସମ୍ପର୍କକୁ ନେଇ ଏସଟିଏଫ ପଚରାଉଚରା କରିଛି।
ଫୋନ ଟ୍ରାକ୍ କରି ପଚରାଉଚରା ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇ ଏସଟିଏଫ୍ ଦୁଇଦିନ ତଳେ ବରଗଡ଼ ଆସିଥିବା ସ୍ପଷ୍ଟ କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ପ୍ରୋଟୋକଲ ଅନୁଯାୟୀ ତାଙ୍କୁ ସାହାଯ୍ୟ କରାଯାଇଥିବା କହିଛନ୍ତି । ତେବେ ଏସଟିଏଫ୍ ଟିମ୍ ପଚରାଉଚରା କରି ଫେରିଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe