ଆମେରିକାରୁ ଆସିବ ‘ଗାର୍ଡିୟନ ଡ୍ରୋନ୍’ : ଆମେରିକାରୁ ଭାରତ ଗାର୍ଡିୟନ ଡ୍ରୋନ କିଣିବାକୁ କରୁଛି ପ୍ରସ୍ତୁତି ; ୨୨ହଜାର କୋଟିର ଚୁକ୍ତିରେ ଭାରତ କିଣିବ ଡ୍ରୋନ୍

182

କନକ ବ୍ୟୁରୋ : ଆମେରିକାରୁ ଭାରତ ଆଣିବ ଗାର୍ଡିୟନ ଡ୍ରୋନ । ସୀମାରେ ଚୀନ୍ ଉପରେ କଡା ନଜର ରଖିବା ପାଇଁ ଭାରତ ଆଣିବାକୁ ଯାଉଛି ଆମେରିକା ନିର୍ମିତ ଅତ୍ୟାଧୁନିକ ଏମ୍-କ୍ୟୁ ନାଇନ ବି ଗାର୍ଡିୟନ ଡ୍ରୋନ । ଆମେରିକା ଠାରୁ ୩୦ଟି ଗାର୍ଡିୟନ ଡ୍ରୋନ କ୍ରୟ କରିବ ଭାରତ ।

୪୦,୦୦୦ଫୁଟ ଉଚ୍ଚରେ ଉଡି ତଥ୍ୟ ସଂଗ୍ରହ କରିପାରିବଏହି ଗାର୍ଡିୟନ ଡ୍ରୋନ ନିରନ୍ତର ଭାବେ ୪୦ଘଂଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସକ୍ଷମ । ପ୍ରାୟ ୨୨ହଜାର କୋଟି ଟଙ୍କାରେ ଆମେରିକା ସହ ଏମ୍-କ୍ୟୁ ୯ବି ସ୍କାଏ ଗାର୍ଡିୟନ ପାଇଁ ପ୍ରତିରକ୍ଷା ଚୁକ୍ତି କରିବାକୁ ପ୍ରସ୍ତୁତି କରୁଛି ଭାରତ ।