କନକ ବ୍ୟୁରୋ : ଶ୍ରମିକଙ୍କୁ କାମ ମିଳିବ, ପୋଖରୀର ସୌନ୍ଦର୍ଯ୍ୟକରଣ ହେବ । ଏଥିପାଇଁ ଟଙ୍କା ଆସିଲା, କାମ ବି ହେଲା । ହେଲେ ବର୍ଷେ ଗଲାନି, ସବୁ ଭାଙ୍ଗି ଚୁରମାର ହୋଇଗଲା । ଭଂଜନଗର ବିଡିପୁର ନିକଟ କଲ୍ୟାଣ ମଣ୍ଡପ ସାମ୍ନାରେ ଥିବା ପୋଖରୀ ସୌନ୍ଦର୍ଯ୍ୟକରଣ କାମରେ ଏହିଭଳି ଚଂଚକତା ଦେଖିବାକୁ ମିଳିଛି । ବିନା ସୂଚନା ଫଳକରେ ଶ୍ରମିକ ବଦଳରେ ଜେସିବି ଲଗାଇ ପୋଖରୀର ଗାଡୱାଲ କରାଯାଇଛି । ଗାଡ ୱାଲରୁ ଲାଇଟ କାମ, ସବୁ କିଛି ତରବରିଆ ଭାବେ କରାଯାଇଥିବାରୁ ଅଳ୍ପ ଦିନରେ ତାହା ଭାଙ୍ଗି ଯାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

Advertisment

ଫଳକ ନଲଗାଇ ୨୫ ଲକ୍ଷ ଟଙ୍କାର ପୋଖରୀ ସୌନ୍ଦର୍ଯ୍ୟକରଣ କାମ କରାଯାଇଛି! କାମ ବାବଦ ବିଲ୍ ପାସ୍ ହେବାର ବର୍ଷେ ବିତିନାହିଁ କିନ୍ତୁ ପୋଖରୀ ପାଚେରୀ ଭାଙ୍ଗି ପଡିଛି । ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ କରାଯାଇଛି । ଘଟଣା ଜାଣିବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି ।

ଗାଁର ଗରିବଙ୍କ ପାଇଁ ମନରେଗା ଯୋଜନାରେ କାମ ଦିଆଯାଉଛି । ହେଲେ ଗରିବ ଶ୍ରମିକଙ୍କୁ କାମ ଦିନଆନଯାଇ ମେସିନରେ କାମ ହେଉଛି । ନିମ୍ନମାନର କାମ ଯୋଗୁ ଅଭିଯୋଗ ହେଲା ପରେ ବି କୌଣସି କାର୍ଯ୍ୟାନୁ୍ଷ୍ଠାନ ନିଆଯାଉନି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।