କନକ ବ୍ୟୁରୋ : ଶିକାରୀ ଗୁଳିରେ ମୃତ୍ୟୁବରଣ କରିଥିବା ବନ ଅଧିକାରୀଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ମୃତ ରେଂଜର ମାଟି ହାଁସଦାଙ୍କୁ ବନ ବିଭାଗ ତରଫରୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଶିକାରୀ ଗୁଳିରେ ପ୍ରାଣ ହରାଇଥିଲେ ମୟୁରଭଞ୍ଜ ଜିଲ୍ଲା ଉପର ବାର୍ହାକାମୁଡା ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦା । ଶିକାରୀଙ୍କ କବ୍ଜାରେ ଶିମିଳିପାଳ । ଏବେ ବନ୍ୟଜନ୍ତୁ ନୁହେଁ ସିଧା ସଳଖ ଶିକାର ହେଉଛନ୍ତି ମଣିଷ । ଶିମିଳିପାଳରେ ଗୋଟିଏ ଆକ୍ରମଣର କିଛି ଦିନ ନ ଯାଉଣୁ ପୁଣି ସେହି ଆକ୍ରମଣର ପୁନରାବୃତି ଘଟିଛି ।
ଏବେ ପୁଣି ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୟୁରଭଞ୍ଜ ଜିଲ୍ଲା ଉପର ବାରର୍ହାକାମୁଡା ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦା ଶିକାରି ଗୁଳିରେ ପ୍ରାଣ ହରାଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରି ଏବଂ ବନକର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହେଇଥିଲା । ଆଉ ଏହି ଧସ୍ତା ଧସ୍ତି ଭିତରେ ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦାଙ୍କ ଶରୀରରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୂର୍ବରୁ ସେହି ଶିମିଳିପାଳ ଅଭ୍ୟୟାରଣ୍ୟରେ ଶିକାରି ଗୁଳିର ଶିକାର ହୋଇ ଜଣେ ଫରେଷ୍ଟର ପ୍ରାଣ ହରାଇଥିଲେ ।
ପାଟ୍ରୋଲିଂ ବେଳେ ଫରେଷ୍ଟର ବିମଳ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା । ବିମଳ ବାଉଁଶଖୋଳ ବିଟରେ କାର୍ଯ୍ୟରତ ଥିବାବେଳେ ଶିକାରୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ସେମାନେ ଉଭୟ ସ୍ୱାମୀ ଓ ସ୍ତ୍ରୀ ବନ ବିଭାଗରେ କାର୍ଯ୍ୟରତ ଥିଲେ । ତେବେ ଶିମିଳିପାଳ ଜଙ୍ଗଲ ଏବେ ଶିକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ପ୍ରତିଦିନ ଶିକାରୀ ଚଳାଇଛନ୍ତି ବେଧଡକ ଶିକାର । ବନ୍ଧୁକ ସହ ମାରଣାସ୍ତ୍ର ଧରି ଜଙ୍ଗଲ ଭିତରକୁ ପ୍ରବେଶ କରୁଛନ୍ତି । ଏହି ଘଟଣା ପୁନରାବୃତି ହେବା ପରେ ଏବେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି ।
- ଶିକାରୀଙ୍କ କବ୍ଜାରେ ଶିମିଳିପାଳ
- ବନ୍ୟଜନ୍ତୁ ବଦଳରେ ବନକର୍ମଚାରୀଙ୍କୁ ଶିକାର
- ଶିମିଳିପାଳରେ ଆକ୍ରମଣ ଘଟଣାର ପୁନରାବୃତି
- ପୁଣି ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ
- ଶିକାରୀ ଗୁଳିରେ ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦା ମୃତ
- ପାଟ୍ରୋଲିଂ ବେଳେ ଶିକାରି-ବନକର୍ମଚାରୀ ଗୁଳି ବିନିମୟ
- ଗୁରୁତର ଅବସ୍ଥାରେ ମାଟି ହାଁସଦାଙ୍କ ଡାକ୍ତରଖାନାରେ ମୃତ୍ୟୁ
- ପୂର୍ବରୁ ଶିକାରି ଗୁଳିରେ ଫରେଷ୍ଟର ପ୍ରାଣ ହରାଇଥିଲେ
- ପାଟ୍ରୋଲିଂ ବେଳେ ଫରେଷ୍ଟର ବିମଳ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା
- ବିମଳ ବାଉଁଶଖୋଳ ବିଟରେ କାର୍ଯ୍ୟରତ ଥିବାବେଳେ ମୃତ