କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲେ କବି ଜୟନ୍ତ ମହାପାତ୍ର । କଟକ ଖାନନଗରରେ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଜାଦାର ସହ କରାଗଲା ଶେଷକୃତ୍ୟ । ଅଶ୍ରୁଳ ଆଖିରେ ବିଦାୟ ଦେଲେ ଆତ୍ମୀୟ ସ୍ୱଜନ । ସାହିତ୍ୟ ଜଗତରେ ଶୋକର ଛାୟା । ହେଲେ କବିଙ୍କ ଶେଷ ଇଛା ପୂରଣ ହୋଇପାରି ନାହିଁ ।

Advertisment

କଟକ ଖାନନଗର ଇଲେକଟ୍ରିକ ଚୁଲାରେ ଶେଷ କୃତ୍ୟ ପାଇଁ ଜୟନ୍ତ ମହାପାତ୍ର ଇଚ୍ଛା ରଖିଥିଲେ । ଏବେ କିନ୍ତୁ ଏହା ଅଚଳ ପଡ଼ିଥିବାରୁ ତାହା ସମ୍ଭବ ହୋଇପାରିନଥିଲା । ଅନ୍ୟପକ୍ଷରେ ଗେଲ୍ ଇଣ୍ଡିଆ ପକ୍ଷରୁ ଗ୍ୟାସ ଚୁଲା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନଥିବାରୁ ପରିବାର ଲୋକଙ୍କ ସହମତି କ୍ରମେ କଟକ ଖାନନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି ।