କରୋନା ଯୋଦ୍ଧାଙ୍କୁ ସଲାମ୍ । ରାଉରକେଲାର ଡାକ୍ତର ରାମବିହାରୀ ମହାପାତ୍ରଙ୍କୁ ଗାର୍ଡ ଅପ୍ ଅର୍ନର ସହ ଦିଆଗଲା ଅନ୍ତିମ ବିଦାୟ, ବାଲେଶ୍ୱର ଜିଲ୍ଳାର ନିହାର ରଜଂନ ପରିଡ଼ାଙ୍କୁ ଦିଆଗଲା ଶେଷ ସମ୍ମାନ ।

143

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ ସମ୍ମାନ । ରାଉରକେଲା ସହରର ଜଣାଶୁଣା ଚିକିତ୍ସକ ଡାକ୍ତର ରାହସବିହାରୀ ମହାପାତ୍ର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଥାନୀୟ ବେଦବ୍ୟାସ ଘଟାରେ ପୁଲିସ ପକ୍ଷରୁ ସଲାମୀ ଦେଇ ଅନ୍ତିମ ବିଦାୟ ଦିଆଯାଇଛି । ଗତ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ସେପଟେ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତ ହୋଇ ବରିଷ୍ଠ ଚିକିତ୍ସକ ଡାକ୍ତର ନିହାର ରଂଜନ ପରିଡାଙ୍କ ପରଲୋକ ଘଟିଲା । ତାଙ୍କ ଘର ବସ୍ତା ଅଂଚଳରେ । ସେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଡାକ୍ତରଖାନାରେ କାର୍ଯ୍ୟରତ ରହିଥିଲେ ।

ତେବେ ଗତ ୧୦ ଦିନ ତଳେ ସେ କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଦୁଇ ଦିନ ତଳେ ବାଲେଶ୍ୱର ସ୍ଥିତ ଘରକୁ ଫେରିଥିଲେ । କିନ୍ତୁ ପୁଣି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଗତକାଲି ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ଆଜି ସକାଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶେଷ ସମ୍ମାନ ଜଣାଯାଇଛି ।