ବିବାଦ ଭିତରେ ବିଜେଡିକୁ ଧନ୍ୟବାଦ ଦେଲା ବିଜେପି, ପଢନ୍ତୁ କାହିଁକି ?

Advertisment
ବିବାଦ ଭିତରେ ବିଜେଡିକୁ ଧନ୍ୟବାଦ ଦେଲା ବିଜେପି, ପଢନ୍ତୁ କାହିଁକି ?

କନକ ବ୍ୟୁରୋ : ବିଜେଡିକୁ ବିଜେପିର ଧନ୍ୟବାଦ । ବିଜେଡି ହେଉ କି ୱାଇଏସଆର କଂଗ୍ରେସ ହୁଅନ୍ତୁ, ଯେଉଁ ରାଜନୈତିକ ଦଳ ସଂସଦ ଭବନ ଉଦଘାଟନ ପ୍ରକ୍ରିୟାରେ ସାମିଲ ହେବେ ବୋଲି କହିଛନ୍ତି ସେମାନେ ନିଶ୍ଚିତ ଭାବେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଦେଇଛନ୍ତି, ତେଣୁ ସେମାନଙ୍କୁ ଧନ୍ୟବାଦ ଜଣାଇଛି ବିଜେପି ।

ଭାରତରେ ସଂସଦ ଭବନ ହେଉଛି ଗଣତନ୍ତ୍ରର ମନ୍ଦିର । ସଂସଦ ଭବନ ଉଦଘାଟନକୁ ନେଇ ଯେଉଁମାନେ ଦ୍ୱନ୍ଦ୍ଵ କରୁଛନ୍ତି, ତାଙ୍କର ଦେଶପ୍ରେମ, ଦେଶଭକ୍ତି କେତେ ଅଛି ଜଣାପଡୁଛି । ଯିଏ ମୁର୍ଖ ହୋଇଥିବ, ନିଜର ମୁର୍ଖାମୀ କାରଣରୁ ସଂସଦ ଭବନ ଉଦଘାଟନକୁ ନେଇ ଦ୍ଵନ୍ଦ ତିଆରି କରିବ ।  ସେ ମୁର୍ଖାମୀରୁ କଂଗ୍ରେସ ଦଳ ନେତା ଓ ତାଙ୍କର ଭାଇ ବନ୍ଧୁ କୁଟୁମ୍ବ ବିରତ ରହିଲେ, ଦେଶର ମଙ୍ଗଳ ହେବ, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ମଙ୍ଗଳ ହେବ ।

ନରସିଂହ ବାବୁ ଜଣେ ଆଇନଜ୍ଞ, ନିଜ ବୁଦ୍ଧି ବିଦ୍ୟା ଓ ବିବେକକୁ ଲଗାଇ ବୋଧେ ସେ ଏହା କହିଛନ୍ତି  । ସେ ଭଲରେ ଜାଣିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥା କ'ଣ । ତେଣୁକରି ସେ ବିବେକ ଆପ୍ଲାୟ କରି କହିଛନ୍ତି ନା କଂଗ୍ରେସ ଦଳ କୁ ବଞ୍ଚାଇବାକୁ କହିଛନ୍ତି, ସେକଥା ନରସିଂହ ବାବୁ କହିପାରିବେ କିନ୍ତୁ ଦୂର୍ଯୋଗର କଥା ସଂସଦ ଭବନ ଉଦଘାଟନକୁ ନେଇ ଦେଶବ୍ୟାପୀ ଯେଉଁ ଦ୍ୱନ୍ଦ୍ଵ ତିଆରି କରିବାକୁ ଚେଷ୍ଟା କରୁଛି, ଏହା ସବୁଠୁ ବଡ଼ ଦୁର୍ଭାଗ୍ୟଜନକ କଥା । ଏହି ଦୁର୍ଭାଗ୍ୟରେ ନରସିଂହ ବାବୁଙ୍କ ଭଳି ବିଜ୍ଞ ଲୋକ ନିଜକୁ ସାମିଲ ନ କରି ଦୂରେଇ ରହିବା ଶ୍ରେୟସ୍କର । ଯଦି ଏତେ କଥା ଥିଲା, ତେବେ ନରସିଂହ ବାବୁ, ମହାମହିମ ରାଷ୍ଟ୍ରପତିଙ୍କ ନିର୍ବାଚନ ବେଳେ ଯଦି ନରସିଂହ ବାବୁ ଓ କଂଗ୍ରେସ ଦଳ ଏକଥା କହିଥାନ୍ତେ, ଆଜି ତାରିଖରେ ଆମେ ତାଙ୍କୁ ଧନ୍ୟବାଦ ଦେଇଥାନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe