କନକ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ୍ । ହେଲେ ପ୍ଲେଇଂ ଇଲେଭେନରେ ତାପୁଣି ମିଡିଲ ଅର୍ଡରରେ କିଏ ହେବେ ଦଳ ପାଇଁ ଭରସାଯୋଗ୍ୟ ବ୍ୟାଟର ତାକୁ ନେଇ ଚର୍ଚ୍ଚା ବଢିଛି । ସେପ୍ଟେମ୍ବର ୨୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତୃତୀୟ ଦିନିକିଆ ଖେଳିବ । ହେଲେ ପ୍ରଥମ ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆର ସ୍କାଏ ଅର୍ଥାତ ସୂର୍ଯ୍ୟ କୁମାର ଯାଦବଙ୍କ ପ୍ରଦର୍ଶନକୁ ନେଇ ଏବେ ସବୁଠି ଚର୍ଚ୍ଚା । ମଧ୍ୟ କ୍ରମରେ ଆସୁଥିବା ଏହି ବ୍ୟାଟର ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ଏବେ ପ୍ରଶଂସାଯୋଗ୍ୟ ।

Advertisment

ଯଦିଓ ଦିନିକିଆରେ ତାଙ୍କ ପ୍ରଦର୍ଶନ ଭଲ ନୁହେଁ । କିନ୍ତୁ ଫଟାଫଟ କ୍ରିକେଟର ଏହି ବିଧ୍ୱଂସୀ ବ୍ୟାଟର ଅଷ୍ଟ୍ରେଲିଆ ବିପକ୍ଷରେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ଏବେ ସମସ୍ତଙ୍କୁ ଚକିତ କରିଛି । ଗତକାଲିର ମ୍ୟାଚରେ ଲଗାତର ୪ଟି ଛକା ମାରିବା ସହ ଅର୍ଦ୍ଧଶତକ କରିବା କ୍ରିକେଟ ପ୍ରେମୀଙ୍କୁ ଅଧିକ ଆକର୍ଷିତ କରିଛି । ଦିନିକିଆରେ ସ୍କାଏଙ୍କ ପାଖରୁ ୧୯ ମାସ ହେବ ଯେଉଁ ପ୍ରଦର୍ଶନକୁ ତାଙ୍କ ପ୍ରଶଂସକ ଅପେକ୍ଷା କରିଥିଲେ ସେ ତାହା ଏବେ ଭ୍ରମଣକାରୀ ଦଳ ବିପକ୍ଷରେ କରି ଦେଖାଇଛନ୍ତି ।

ତେଣୁ ଏବେ ସବୁଠି ଗୋଟିଏ ପ୍ରଶ୍ନ ଯେ ସ୍କାଏ ବିଶ୍ୱକପ ମ୍ୟାଚର ପ୍ଲେଇିଂ ଇଲେଭେନରେ ସାମିଲ ହେବେ କି ନାହିଁ । ଆଉ ସେ ଦଳ ପାଇଁ ମିଡିଲ ଅର୍ଡରରେ ଭଲ ପ୍ରଦର୍ଶନ କରିବା ସହିତ ଜଣେ ଭଲ ମ୍ୟାଚ ଫିନିସର ହୋଇପାରିବେ ବୋଲି କୁହାଯାଉଛି । ସୁରେଶ ରାଇନା, ଏମ ଏସ ଧୋନୀଙ୍କ ଭଳି ଖେଳାଳି ଅବସର ନେବା ପରେ ଦିନିକିଆରେ ଟିମ୍ ଇଣ୍ଡିଆ ପାଇଁ ବଡ ଚ୍ୟାଲେଞ୍ଜ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ।