କନକ ବ୍ୟୁରୋ : ହାତୀ ପଲକୁ ଘଉଡାଇବା ବେଳେ ଶିଶୁ କନ୍ୟାକୁ ଦଳିଦେଲା ଜଙ୍ଗଲୀ ହାତୀ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ପଞ୍ଚାୟତର ସରଳିଆ ଚିତ୍ରାଶୁଳ ଗାଁରେ ଘଟିଛି ଏହି ଅଘଟଣ । ସୂଚନା ଅନୁସାରେ ଗତକାଲି ରାତିରେ ଗାଁରେ ପଶି ଆସିଥିଲେ ୬ଟିକିଆ ହାତୀ ପଲ । ନିଶିକାନ୍ତ ଦେହୁରୀଙ୍କ ବାଡି ପଟେ ପଶି ହାତୀପଲ ଉତ୍ପାତ କରୁଥିଲେ । ପରିବାର ଲୋକେ ଘରୁ ବାହାରି ହୀତୀ ପଲକୁ ଘଉଡାଇବା ବେଳେ ଗୋଟିଏ ଜଙ୍ଗଲୀ ହାତୀ ଶିଶୁ କନ୍ୟାକୁ ଦଳି ଦେଇଥିବା ସୂଚନା ମିଳିଛି ।
ସରଳିଆ ଚିତ୍ରାଶୁଳ ଗାଁରେ ଅଘଟଣ : ଘରେ ପଶି ଶିଶୁକନ୍ୟାକୁ ଦଳିଦେଲା ହାତୀ
/kanak/media/post_attachments/wp-content/uploads/2023/05/3-41.jpg)