ଜନସାଧାରଣଙ୍କ ପାଇଁ ଖୁସି ଖବର : ଅର୍ଥ ମନ୍ତ୍ରଣାଳୟର ନିଷ୍ପତ୍ତି, ଏଣିକି ବ୍ୟାଙ୍କର ଏହି ସେବାଗୁଡିକ ଉପରେ ଗ୍ରାହକଙ୍କୁ ଦେବାକୁ ପଡିବନି ଜିଏସଟି

Advertisment
ମହିଳାଙ୍କ ହିତରେ ମୋଦି ସରକାର : ଜିଏସଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତିରେ ମିଳିଲା ସଙ୍କେତ

source : Gaon Connection

ମାଗଣା ବ୍ୟାଙ୍କିଙ୍ଗ ସେବା ଯେମିତି ଚେକ ବୁକ୍ ଜାରି କରିବା ଓ ଏଟିଏମରୁ ଟଙ୍କା ବାହାର କରିବା ଉପରେ ଜିଏସଟି ଲାଗିବନି । ବିତ୍ତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ବିତ୍ତୀୟ ସେବା ବିଭାଗ ରାଜସ୍ୱ ବିଭାଗ ସହିତ ସଂପର୍କ କରି ଏହା ଉପରେ ସ୍ପଷ୍ଟ କରିଛନ୍ତି କି ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଦିଆଯାଉଥିବା ମାଗଣା ସେବାଗୁଡିକ ଉପରେ ବସ୍ତୁ ଏବଂ ସେବା କର (ଜିଏସଟି) ଲାଗିବ ନା ନାହିଁ । ଜଣେ ଅଧିକାରୀଙ୍କ କହିବାନୁସାରେ, “ରାଜସ୍ୱ ବିଭାଗ ଶୀଘ୍ର ବିତ୍ତୀୟ ସେବା ବିଭାଗକୁ ମାଗଣା ବ୍ୟାଙ୍କିଙ୍ଗ ସେବାଗୁଡିକ ଉପରେ ଜିଏସଟି ଲାଗିବନି ବୋଲି ଜଣାଇବ ।”
ଏହି ଖବର ଏମିତି ସମୟରେ ଆସିଛି ଯେ, ବ୍ୟାଙ୍କଗୁଡିକରୁ କର ବିଭାଗ ଗ୍ରାହକଙ୍କୁ ସର୍ବନିମ୍ନ ଆକାଉଣ୍ଟ ବାଲାନ୍ସ ରଖିବା ଉପରେ ଦିଆଯାଉଥିବା ମାଗଣା ସେବା ବଦଳରେ ଟ୍ୟାକ୍ସ ମାଗୁଥିଲା । ବିତ୍ତୀୟ ସେବା ବିଭାଗ ରାଜସ୍ୱ ବିଭାଗର ଏହି ବିଷୟ ଉପରେ ସ୍ପଷ୍ଟ କରିବାକୁ କହିଥିଲେ କି, କ’ଣ ଏହି ସେବାଗୁଡିକ ଜିଏସଟି ପରିସରରେ ଆସିବ ।

publive-image

ଆପଣଙ୍କୁ ଜଣାଇ ଦେଉଛୁ ଯେ ଡିଏଫଏସ ଏହି ପକ୍ଷରେ ଥିଲା ଯେ, ଚେକ ବୁକ ଜାରି କରିବା, ଆକାଉଣ୍ଟ ଷ୍ଟେଟମେଣ୍ଟ ଏବଂ ଗ୍ରାହକଙ୍କୁ ବ୍ୟାଙ୍କ ତରଫରୁ ଏକ ସୀମା ପର୍ଯ୍ୟନ୍ତ ମାଗଣା ଏଟିଏମ ଟ୍ରାଂଜକ୍ସନ ଯେଉଁଠି ବ୍ୟବସାୟିକ ଗତିବିଧି ସାମିଲ ନାହିଁ, ଜିଏସଟି ପରିସରର ବାହାର ରଖିବା ଉଚିତ୍ ।

publive-image

ଏହି ଟ୍ୟାକ୍ସ ଗତ ୫ ବର୍ଷ ପାଇଁ ମଗାଯାଉଥିଲା । ଏହା ସେହି ଅବଧି ପାଇଁ ମଗାଯାଉଥିଲା, ଯେଉଁଠି ପୁରୁଣା ସେବା ଟ୍ୟାକ୍ସ ମାମଲା ଖୋଲା ଯାଉଥିଲା । ଏହି ଟ୍ୟାକ୍ସର ଗଣନା ବ୍ୟାଙ୍କଗୁଡିକ ତରଫରୁ ସେହି ଗ୍ରାହକଙ୍କ ଠାରୁ ଚାର୍ଜ ଆଦାୟ କରାଯାଉଥିବା ଦେଖିବା ପରେ କରାଯାଇଛି, ଯେଉଁମାନେ ନିଜ ଖାତାରେ ସର୍ବନିମ୍ନ ବାଲାନ୍ସର ସର୍ତ୍ତକୁ ପୁରା କରି ନାହାଁନ୍ତି । ସୂଚନାଯୋଗ୍ୟ, ଦେଶସାରା ବସ୍ତୁ ଏବଂ ସେବା କର(ଜିଏସଟି) ୧ ଜୁଲାଇ, ୨୦୧୭ରୁ ଲାଗୁ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe