କାଲିଠୁ ଆରମ୍ଭ ହେବ ନୂଆ ଆର୍ଥିକବର୍ଷ, ବଦଳିବ ଅନେକ ଖର୍ଚ୍ଚ ତାଲିକା । ଥଣ୍ଡା, ଜ୍ୱର ଭଳି ଜରୁରୀ ଔଷଧର ବଢିବ ଦାମ ।

186

କନକ ବ୍ୟୁରୋ : ରାତି ପାହିଲେ ଏପ୍ରିଲ ମାସ । ଅର୍ଥାତ ନୂଆ ଆର୍ଥିକ ବର୍ଷ ୨୦୨୨-୨୩ ଆରମ୍ଭ ହେବ । ଆର୍ଥିକ ବର୍ଷ ଆରମ୍ଭରୁ ହିଁ ଅନେକ ନିୟମରେ ପରିବର୍ତନ ହେବାକୁ ଯାଉଛି । ଯାହା ସିଧାସଳଖ ଭାବରେ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ନଜର ପକାନ୍ତୁ କ’ଣ ସବୁ ପରିବର୍ତ୍ତନ ହେଉଛି ।

-ଯେଉଁ ବେସରକାରୀ କର୍ମଚାରୀଙ୍କ ପିଏଫ ଆକାଉଣ୍ଟରେ ୨ ଲକ୍ଷ ୫୦ ହଜାରା ଟଙ୍କାରୁ ଅଧିକ ଟଙ୍କା ଅଛି ସେମାନଙ୍କୁ ସରକାରଙ୍କୁ ଟିକସ ଦେବାକୁ ହେବ । ସରକାରୀ କର୍ମଚାରୀଙ୍କ ପିଏଫ ଆକାଉଣ୍ଟର ୫ ଲକ୍ଷା ଟଙ୍କା ଯାଏଁ ଜମା ରହିପାରିବ । ଏବଂ ଏଥିପାଇଁ କୌଣସି ସୁଧ ଦେବାକୁ ପଡିବ ନାହିଁ ।
-ଜରୁରୀ ମେଡିସିନର ଦାମ ମଧ୍ୟ ବଢିବାକୁ ଯାଉଛି । ପ୍ରାୟ ୮୦୦ ଟି ଜରୁରୀକାଳିନ ମେଡିସିନର ଦାମ ୧୦ ପ୍ରତିଶତ ବଢିବ
-ଏପ୍ରିଲ ୧ ପରେ ପାନ କାର୍ଡ ଓ ଆଧାର କାର୍ଡ ସଂଯୋଗ କଲେ ଜରିମାନା ଦେବାକୁ ହେବ । ୩୦ ଜୁନ ୨୦୨୨ ସୁଦ୍ଧା ଯେଉଁମାନେ ପାନକୁ ଆଧାର ସହ ସଂଯୋଗ କରିବେ ୫୦୦ ଟଙ୍କା ଫାଇନ ଏବଂ ଜୁନ ମାସ ଆଗକୁ କଲେ ହଜାରେ ଟଙ୍କା ଜୋରିମାନା ।
-ବାର୍ଷିକ ୨୦ କୋଟିରୁ ଅଧିକ ଆମଦାନୀ କରୁଥିବା ବ୍ୟବସାୟୀ ଇ- ଇନଭଏସିଂ ସେବା ଅଧୀନରେ ଆସିବା ବାଧ୍ୟତାମୂଳକ । ସମସ୍ତ ଆର୍ଥିକ ନେଣଦେଣ ପାଇଁ ଏହି ସେବା ଜାରି କରିବେ ବ୍ୟବସାୟୀ ।
-ସେହିପରି ଜାତୀୟ ରାଜପଥରେ ଯାତ୍ରା କରିବା ମହଙ୍ଗା ହେବାକୁ ଯାଉଛି । ଭାରତୀୟ ରାଷ୍ଟ୍ରିୟ ରାଜପଥ ପ୍ରାଧୀକରଣର ନୂଆ ନିୟମ ଅନୁସାରେ, ଶୁକ୍ରବାର ଠାରୁ ଟୋଲ ଟ୍ୟାକ୍ସ ୧୦ ଟଙ୍କାରୁ ୬୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଛୋଟ ଯାନ ପାଇଁ ୧୦ ରୁ ୧୫ ଟଙ୍କା ଟିକସ ଥିବା ବେଳେ କମର୍ସିଆଲ ଯାନ ବାହନ ପାଇଁ ୬୦ ରୁ ୬୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
-କେବଳ ୟୁପିଆଇ ମାଧ୍ୟମରେ ମ୍ୟୁଚୁଆଲ ଫଣ୍ଡ ନିବେସ କରାଯାଇ ପାରିବ ।
-୭୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଆବଶ୍ୟକତା ନାହିଁ ।