ପାର୍ବଣ ଋତୁରେ କେନ୍ଦ୍ର ସରକାରଙ୍କ ବମ୍ପର ଜିଏସିଟି ଆଦାୟ । ଅକ୍ଟୋବରରେ ସରକାରଙ୍କୁ ମିଳିଲା ୧.୭୨ ଲକ୍ଷ କୋଟି ଟଙ୍କାର ଜିଏସଟି

129

କନକ ବ୍ୟୁରୋ : ପାର୍ବଣ ମାସରେ ରେକର୍ଡ ଭାଙ୍ଗିଲା ଜିଏସଟି ଆଦାୟ । ଅକ୍ଟୋବର ମାସରେ ୧ କୋଟି ୭୨ ଲକ୍ଷର ଜିଏସଟି ସଂଗ୍ରହ ହୋଇଛି । ୨୦୧୭ମସିହାରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ୨୦୨୩ରେ ଏହା ଦ୍ୱିତୀୟ ସର୍ବାଧିକ ମାସିକ ଜିଏସଟି ଆଦାୟ । ଏହା ପୂର୍ବରୁ ଏପ୍ରିଲ ୨୦୨୩ରେ ୧କୋଟି ୮୭ଲକ୍ଷର ଜିଏସଟି ଆଦାୟ କରାଯାଇଥିଲା ଯାହା ସର୍ବାଧିକ ମାସିକ ଜିଏସଟି ଆଦାୟ । ୨୦୨୨ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ଅକ୍ଟୋବର ମାସରେ ୧୩ପ୍ରତିଶତ ଅଧିକ ଜିଏସଟି ଆଦାୟ କରାଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।