ପେଟ୍ରୋଲ ଓ ଡିଜେଲ ଦରକୁ ଜିଏସଟିରେ ସାମିଲ କରିବା ପାଇଁ ସରକାରଙ୍କ ପ୍ରସ୍ତାବ: ଜିଏସଟି ଲାଗିଲେ ପେଟ୍ରୋଲ ଦର ୨୭ ଟଙ୍କା କମିବ

Advertisment
ପେଟ୍ରୋଲ ଓ ଡିଜେଲ ଦରକୁ ଜିଏସଟିରେ ସାମିଲ କରିବା ପାଇଁ ସରକାରଙ୍କ ପ୍ରସ୍ତାବ: ଜିଏସଟି ଲାଗିଲେ ପେଟ୍ରୋଲ ଦର ୨୭ ଟଙ୍କା କମିବ

source : Deccan Herald

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ନିୟମିତ ଭାବେ ବୃଦ୍ଧି ପାଉଥିବା ବେଳେ ଏହାକୁ ସାମଗ୍ରୀ ଓ ସେବା ଟିକସ (ଜିଏସଟି)ରେ ସାମିଲ କରିବା ପାଇଁ ଦାବି ହେଉଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସ୍ତାବ ଦେଇଛନ୍ତି। ମାତ୍ର କଥା ଆଗକୁ ବଢ଼ୁନାହିଁ। ଜିଏସଟି ଏବେ ଚାରିଟି ସ୍ଲାବରେ ଲାଗୁ କରାଯାଉଛି। ତାହା ହେଉଛି ୫%, ୧୨%, ୧୮% ଓ ୨୮%। ଯଦି ୨୮% ହାରରେ ପେଟ୍ରୋଲ ଉପରେ ଜିଏସଟି ଲାଗୁ କରାଯିବ ତେବେ ଏହାର ଦର ଲିଟର ପିଛା ୨୭ ଟଙ୍କା କମିଯିବ। ଲୋକମାନେ ୪୬-୪୭ ଟଙ୍କା ଭିତରେ ପେଟ୍ରୋଲ କିଣିପାରିବେ।

publive-image

ସେହିପରି ଡିଜେଲ ଉପରେ ଯଦି ୨୮%ର ଜିଏସଟି ଲାଗୁ କରାଯିବ ତେବେ ତାହାର ଲିଟର ପିଛା ଦର ୨୧ ଟଙ୍କା କମିଯିବ ବୋଲି ଆକଳନ କରାଯାଇଛି। ଗତକାଲି (ଏପ୍ରିଲ ୨୨)ରେ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୭୩ ଟଙ୍କା ୨୪ ପଇସା ଥିଲା। ତେଲ କଂପାନିଗୁଡ଼ିକ ପେଟ୍ରୋଲ ପମ୍ପ ଗୁଡ଼ିକୁ ଲିଟର ପିଛା ୩୫ ଟଙ୍କା ୫୯ ପଇସାରେ ପେଟ୍ରୋଲ ଯୋଗାଇ ଦେଉଛନ୍ତି। ଯଦି କୌଣସି ଟିକସ ନଥାନ୍ତା ତେବେ ଲୋକମାନଙ୍କୁ ୩୭-୩୮ ଟଙ୍କାରେ ପେଟ୍ରୋଲ ମିଳିଯାଆନ୍ତୁ। ମାତ୍ର କେନ୍ଦ୍ର ସରକାର ୧୯ ଟଙ୍କା ୪୮ ପଇସା ଓ ରାଜ୍ୟ ସରକାର ୧୩ ଟଙ୍କା ୮୬ ପଇସାର ଟିକସ ଲାଗୁ କରିବା ପରେ ଡିଲରଙ୍କ କମିସନ ବାବଦରେ ୩ ଟଙ୍କା ୨୨ ପଇସା ଲାଗୁ କରାଯାଉଛି। ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇବା ପରେ ପେଟ୍ରୋଲ ଦର ୭୩ ଟଙ୍କା ୨୪ ପଇସାରେ ପହଞ୍ଚିଯାଉଛି। ଏହି ଦରରେ ଗ୍ରାହକମାନେ ପେଟ୍ରୋଲ କିଣିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଡିଜେଲର ଲିଟର ପିଛା ଦର ୭୦ ଟଙ୍କା ୪୪ ପଇସା ରହିଛି। ଏହା ଉପରେ କେନ୍ଦ୍ର ସରକାର ୧୫ ଟଙ୍କା ୩୩ ପଇସା ଓ ରାଜ୍ୟ ସରକାର ୧୩ ଟଙ୍କା ୮୬ ପଇସାର ଟିକସ ବସାଇଛନ୍ତି। ଡିଲର କମିସନ ବାବଦରେ ୨ ଟଙ୍କା ୨୧ ପଇସା ଲାଗୁ କରାଯାଇଛି। ଅନ୍ୟାନ୍ୟ ଖର୍ଚ୍ଚ ମିଶାଇବା ପରେ ଡିଜେଲ ଦର ୭୦ ଟଙ୍କାରୁ ଅଧିକ ହୋଇଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe