ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ରାଜି । ଏବେ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ।

 ଜିଏସଟି ଅଧୀନକୁ ଆସିଲେ ୭୫ ଟଙ୍କାରେ ମିଳିପାରେ ପେଟ୍ରୋଲ

1,477

କନକ ବ୍ୟୁରୋ: ରାଜ୍ୟ ହାତରେ ପେଟ୍ରୋଲ ଜିଏସଟି । ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ସମସ୍ତ ରାଜ୍ୟ ଏ ବାବଦରେ ନିଷ୍ପତ୍ତିି ଜଣାଇବା ଦରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବ ତାହେଲେ ଲିଟର ପିଛା ଦର ହାରାହାରି ୨୦ ଟଙ୍କା କମିଯିବ । ଅର୍ଥାତ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ ।

ବିଭିନ୍ନ ସମୟରେ ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି ହୋଇଛି । ଏହାରି ଭିତରେ କେନ୍ଦ୍ର ସରକାର ରାଜ୍ୟ ଉପରେ ନିଷ୍ପତ୍ତି ଛାଡିଛନ୍ତି । ୨୦୧୭ରେ ଜିଏସଟି ଲାଗୁ ହୋଇଥିଲା । ଇନ୍ଧନଜାତ ଦ୍ରବ୍ୟ କିନ୍ତୁ ଏହାର ପରିସରଭୁକ୍ତ ହୋଇନାହିଁ । କିନ୍ତୁ ତକ୍ରାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବାବଦରେ ବ୍ୟବସ୍ଥା କରିଥିଲେ ବୋଲି ଏବେର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସ୍ପଷ୍ପ କରିଛନ୍ତି । ଦୁଇ ଦିନ ତଳେ ଜିଏସଟି ପରିଷଦ ବୈଠକ ଦିଲ୍ଲୀରେ ବସିଥିଲା ।