କନକ ବ୍ୟୁରୋ: ରାଜ୍ୟ ହାତରେ ପେଟ୍ରୋଲ ଜିଏସଟି । ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ସମସ୍ତ ରାଜ୍ୟ ଏ ବାବଦରେ ନିଷ୍ପତ୍ତିି ଜଣାଇବା ଦରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବ ତାହେଲେ ଲିଟର ପିଛା ଦର ହାରାହାରି ୨୦ ଟଙ୍କା କମିଯିବ । ଅର୍ଥାତ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ ।
ବିଭିନ୍ନ ସମୟରେ ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି ହୋଇଛି । ଏହାରି ଭିତରେ କେନ୍ଦ୍ର ସରକାର ରାଜ୍ୟ ଉପରେ ନିଷ୍ପତ୍ତି ଛାଡିଛନ୍ତି । ୨୦୧୭ରେ ଜିଏସଟି ଲାଗୁ ହୋଇଥିଲା । ଇନ୍ଧନଜାତ ଦ୍ରବ୍ୟ କିନ୍ତୁ ଏହାର ପରିସରଭୁକ୍ତ ହୋଇନାହିଁ । କିନ୍ତୁ ତକ୍ରାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବାବଦରେ ବ୍ୟବସ୍ଥା କରିଥିଲେ ବୋଲି ଏବେର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସ୍ପଷ୍ପ କରିଛନ୍ତି । ଦୁଇ ଦିନ ତଳେ ଜିଏସଟି ପରିଷଦ ବୈଠକ ଦିଲ୍ଲୀରେ ବସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/21-21.jpg)