କନକ ବ୍ୟୁରୋ: ଲାଂଚ ନେବା ବେଳେ ଧରାପଡ଼ିଲେ ଜିଏସଟି ଅଧିକାରୀ । ରାଉରକେଲାରେ ଜିଏସଟି ଅଧିକାରୀ ଲାଂଚ ନେବା ବେଳେ ଧରିଲା ସିବିଆଇ । ଜିଏସଟି ସୁପରିଟେଣ୍ଡେଂଟ ଅମରକାନ୍ତ ଜଣେ ଠିକାଦାରଙ୍କ ଠାରୁ ୩୦ହଜାର ଟଙ୍କା ଲାଂଜ ନେଉଥିବା ବେଳେ ଧରାପଡ଼ିଛନ୍ତି । ସିଭିଲ ଟାଉନରେ ଥିବା ଜିଏସଟି କାର୍ଯ୍ୟାଳୟରେ ଟଙ୍କା ନେଉଥିବା ବେଳେ ଜିଏସଟି ସୁପରିଟେଣ୍ଡେଂଟ ଧରାପଡ଼ିଛନ୍ତି । ସିଭିଲ ଟାଉନ କାର୍ଯ୍ୟାଳୟରେ ଜିଏସଟି ସୁପରିଟେଣ୍ଡେଂଟଙ୍କୁ ଜେରା କରୁଛି ସିବିଆଇ ।