ରାଉରକେଲାରେ ପୁଣି ଜିଏସଟି ଠକେଇ : ଜିଏସଟି ଠକେଇ ଅଭିଯୋଗରେ ଏଜାଜ ଅହମ୍ମଦ ଗିରଫ

67

କନକ ବ୍ୟୁରୋ : ବନ୍ଧା ହେଲେ ଜିଏସଟି ଅଧିକାରୀ । ଜିଏସଟି ଅଧିକାରୀ ଅଲେଖ ମହାନନ୍ଦଙ୍କୁ ଗିରଫ କରିଛି ଭିଜିଲାନ୍ସ । ୮୭ ଲକ୍ଷ ୯୭ ହଜାର ଟଙ୍କାର ଆୟବହିର୍ଭୁତ ସଂପତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଅଲେଖ । ଗିରଫ ଅଲେଖଙ୍କୁ ସୁନ୍ଦରଗଡ଼ ଭିିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର କରିବ ରାଉରକେଲା ଭିଜିଲାନ୍ସ । ସରକାରୀ ଶିକ୍ଷକ ପତ୍ନୀ ଫୁଲ ଗରଡ଼ିଆଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ରାଉରକେଲା ଭିିଜିଲାନ୍ସ ଏସପି ସୁବାସ ସ୍ୱାଇଁ ଏନେଇ ସୂଚନା ଦେଇଛନ୍ତି ।

ସେପଟେ, ଜିଏସଟି ଠକେଇ ଅଭିଯୋଗରେ ଏଜାଜ ଅହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୋନି ଆଇରନ୍ ଓ ଷ୍ଟିଲ୍ ଏବଂ ହରିହର ଏଂଟରପ୍ରାଇଜେସ୍ ନାମକ ଦୁଇଟି ଜାଲ କଂପାନୀ ଖୋଲି ପ୍ରାୟ ୨୭ ବେପାର କରିଥିଲେ ଏଜାଜ୍ । ଆଉ ଜିଏସଟି ଇନଫଟ୍ କ୍ରେଡିଡ୍ ଟ୍ୟାକ୍ସ ବାବଦକୁ ୫ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ରାଉରକେଲା ଓ ଝାରସୁଗୁଡ଼ାରେ କାରବାର କରୁଥିଲେ । ଝାରସୁଗୁଡ଼ାରୁ ତାଙ୍କୁ ଗିରଫ କରିବା ପରେ ଗତକାଲି ତାଙ୍କୁ ରାଉରକେଲା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା ।