କନକ ବ୍ୟୁରୋ : କେନ୍ଦ୍ର ସରକାର ମାସିକିଆ ଜିଏସଟି ଡାଟା ରିଲିଜ କରିବା ବନ୍ଦ କରିଦେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଜିଏସଟି ଲାଗୁ ହେବା ପରେ ପ୍ରତିମାସ ପହିଲାରେ ଏହି ଡାଟା ସାର୍ବଜନୀନ କରୁଥିଲେ । କ୍ରମାଗତ ଭାବେ ୭୪ ମାସ ଧରି ଏହି ପକ୍ରିୟା ଜାରି ରହିଥିବା ବେଳେ ଆସନ୍ତାମାସ ପାଖରୁ ସରକାର ଏହି ଡାଟା ପ୍ରକାଶ କରିବେ ନାହିଁ ବୋଲି ଜଣାପଡିଛି । ହେଲେ କାହିଁକି ସରକାର ଜିଏସଟି ଡାଟା ପ୍ରକାଶ କରିବା ବନ୍ଦ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
କେନ୍ଦ୍ର ସରକାର ୨୦୧୭ ଜୁଲାଇ ମାସରେ ସାରା ଦେଶରେ ଜିଏସଟି ଲାଗୁ କରିଥିଲେ । ଏହାପରେ ସରକାରଙ୍କ ତରଫରୁ ପ୍ରତିମାସ ପହିଲାରେ ଜିଏସଟି ଡାଟା ସାର୍ବଜନୀନ କରୁଥିଲେ । ଜିଏସଟି ଲାଗୁ ହେବାର ୭ ବର୍ଷ ପୂର୍ତ୍ତି ଅବସରରେ ସରକାର ଏହା କହିଛନ୍ତି କି, ଆସନ୍ତା ମାସ ଠାରୁ ଜିଏସଟି ଡାଟା ସାର୍ବଜନୀନ ହେବ ନାହିଁ ।
ଜୁନ ମାସରେ ସରକାର ଜିଏସଟି ଡାଟା ଜାରି କରିନାହାଁନ୍ତି । ହେଲେ କିଛି ଗଣମାଧ୍ୟମର ରିପୋର୍ଟ ମୁତାବକ ଜୁନମାସରେ ୧.୭୪ କୋଟି ଟଙ୍କା ଜିଏସଟି ବାବଦରେ ଆଦାୟ କରାଯାଇଛି । ଯାହାକି ଗତବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/Capture-2.jpg)