ଏଣିକି ଫ୍ରି ଜିନିଷ ଉପରେ ଲାଗିପାରେ ଟ୍ୟାକ୍ସ ! ସାମ୍ପୋ ଏବଂ ଟୁଥପେଷ୍ଟରେ ମିଳୁଥିବା ସାମ୍ପୁଲ ଏବଂ ଫ୍ରି ଜିନିଷକୁ କରାଯିବ ଜିଏସଟି ଭୁକ୍ତ ।

53

ଯଦି ଆପଣ ବଜାରରୁ ଫ୍ରି-ଅଫର ଜିନିଷ କିଣୁଛନ୍ତି ତେବେ ଏହି ଖବର ଆପଣଙ୍କ କାମରେ ଲାଗିପାରେ । ପୂର୍ବରୁ ଫ୍ରି ଥିବା ଜିନିଷକୁ କିଣିଲେ ତାଉପରେ କୌଣସି କର ଲାଗୁନଥିଲା । କିନ୍ତୁ ଏବେ ନିୟମ ବଦଳିଯାଇପାରେ । କମ୍ପାନୀ ଗ୍ରାହକ ମାନଙ୍କୁ ପ୍ରଲୋଭିତ କରିବା ପାଇଁ ଖୁବ ଶିଘ୍ର ଆକର୍ଷଣୀୟ ଅପର ଆଣିପାରେ । ସାମ୍ପୋର ଗୋଟିଏ ବୋତଲରେ ଅତିରିକ୍ତ ଦାମ ନଲଗାଇ ୨୫ ପ୍ରତିଶତ ଅଧିକ ସାମ୍ପୋ କିମ୍ବା ୱାନ ପ୍ଲସ ୱାନ କୁକିଜର ଏକ ପ୍ୟାକେଟ ଏଥିରେ ସାମିଲ ରହିପାରେ ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କେନ୍ଦ୍ର ଅପ୍ରତ୍ୟକ୍ଷ କର ବୋର୍ଡ ଏବଂ ଗ୍ରାହକ ଏବେ ଫ୍ରି ପ୍ରଡକ୍ଟ ଉପରେ ପର୍ସନାଲ ସ୍କିମ ଅନୁଯାୟୀ ଟ୍ୟାକ୍ସ ଦେବେ କି ନାହିଁ ତାହା ଉତ୍ପାଦକ ମାନଙ୍କୁ ପଚାରିପାରିବେ । ସେ ଏହା ମଧ୍ୟ କହିଛନ୍ତି ମାଗଣା ଜିନିଷ ଗୁଡିକୁ ବିନା ଟ୍ୟାକ୍ସରେ ଦେବାଫଳରେ ସରକାରଙ୍କ ରାଜଶ୍ୱ କ୍ଷତି ହେଉଛି । ତେଣୁ ଫ୍ରିରେ ଦିଆଯାଉଥିବା ଜିନିଷ ଉପରେ କର ଲଗାଇବା ପାଇଁ ସରାକାର ଉଦ୍ୟମ କରୁଛନ୍ତି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ଉତ୍ପାଦନକାରୀ ମାନଙ୍କ ପାଖରେ ମହଜୁଦ ରହୁଥିବା ପ୍ରତିଟି ଜିନିଷର ଫ୍ରି ସାମ୍ପୁଲ ଉପରେ କିପରି କର ଲାଗୁନାହିଁ ତାଉପରେ ଆୟକର ବିଭାଗ ଉତ୍ପାଦନକାରୀଙ୍କୁ ଏକ ପ୍ରଶ୍ନ କରିଥିଲା । ପରେ ସିବିଆଇସି ତରଫରୁ ଏକ ନିର୍ଦେଶ ଜାରି କରାଗଲା, ଯେଉଁଥିରେ ଉଲ୍ଲେଖଥିଲା ଇନପୁଟ ଟ୍ୟାକ୍ସକୁ କ୍ରେଡିଟ ଫ୍ରି ସାମ୍ପୁଲ ମାମଲାରେ ପୂନର୍ବାର ଜୋଡିଦିଆଯାଇଛି ।

ଡିସ୍କାଉଣ୍ଟ ଦେଉଥିଲେ ସାବଧାନ

ଯଦି ନୂଆ ନିୟମ ଲାଗୁ କରାଯାଏ ତେବେ ଗ୍ରାହକ ମାନଙ୍କୁ ମିଳୁଥିବା ଫ୍ରି ଜିନିଷ ଉପରେ ମଧ୍ୟ କର ଦେବାକୁ ପଡିବ । କନ୍ସଲଟେନ୍ସି ଗ୍ରାଣ୍ଟ ଥର୍ନଟନ ଇଣ୍ଡିଆରେ ରିଟେଲ ପାର୍ଟନର ଧନରାଜ ଭଗତଙ୍କ କହିବା ଅନୁସାରେ ଏହି ନିୟମର ପାଳନ କରିବା ଏକ କଷ୍ଟକର କଥା ହୋଇପାରେ । କିନ୍ତୁ ଦେଖିବାକୁ ପଡିବ ଜିଏସଟିରେ କେତେ କର ଜମା ହୋଇପାରୁଛି ।