କନକ ବ୍ୟୁରୋ : ଦେଶରେ ଗୋଟିଏ ପଟେ ପ୍ରତିମାସ ଜିଏସଟି ଆଦାୟ ବଢିଚାଲୁଥିବା ନେଇ ସରକାର ତଥ୍ୟ ଦେଉଛନ୍ତି । ହେଲେ ଏସବୁ ପରେ ବି ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ସାମଗ୍ରୀ ଉପରେ ଦ୍ରର୍ବ୍ୟ ଓ ସେବାକର ବୃଦ୍ଧି କରିବାକୁ ପଛାଉ ନାହାଁନ୍ତି । ଖାଦ୍ୟ ସାମଗ୍ରୀ ଉପରେ ଏବେ ଜିଏସଟି ବୃଦ୍ଧି କରାଯାଇଥିବା ବେଳେ ଏବେ ଖବର ଆସିଛି କି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ତରଫରୁ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା ଏମ୍ସର ପ୍ରାଇଭେଟ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ବି ଜିଏସଟି ଦେବାକୁ ପଡିବ । ଅର୍ଥ ମନ୍ତ୍ରଣାଳୟର ଆଦେଶ ମୁତାବକ ଏବେ ଏମ୍ସର ପ୍ରାଇଭେଟ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଏନେଇ ପ୍ରଥମେ ରୋଗୀଙ୍କୁ ଦୈନିକ ୬ ହଜାର ଟଙ୍କା ଦେବାକୁ ପଡୁଥିବା ବେଳେ ନୂଆ ଜିଏସଟି ଲାଗୁ ହେବା ପରେ ରୋଗୀଙ୍କୁ ଦୈନିକ ଅତିରିକ୍ତ ୩୦୦ ଟଙ୍କା ବା ମୋଟ ୬,୩୦୦ ଟଙ୍କା ଦେବାକୁ ପଡିବ ।

Advertisment

ଏନେଇ ବୁଧବାର ଦିନ ଏମ୍ସ ପ୍ରଶାସନ ପକ୍ଷରୁ ଏକ ଆଦେଶ ଜାରୀ କରାଯାଇଛି । ଏଥିରେ କୁହାଯାଇଛି କି, ଏବେ ଏମ୍ସରେ ୬ ହଜାର ଟଙ୍କାର ପ୍ରାଇଭେଟ ୱାର୍ଡ ପାଇଁ ରୋଗୀଙ୍କୁ ଅଧିକ ୩୦୦ ଟଙ୍କା ଦେବାକୁ ପଡିବ । ଏହା ପୂର୍ବରୁ ଜୁନ ପହିଲାରୁ ବଢିଥିବା ଶ୍ଳୁକ କ୍ରମରେ ରୋଗୀଙ୍କୁ ପ୍ରାଇଭେଟ ବେଡ ଉପଲବ୍ଧ କରରଯାଉଛି । ଏହି କାରଣରୁ ଏବେ ପୂର୍ବଠାରୁ ଘରୋଇ ବେଡ ପାଇଁ ରୋଗୀଙ୍କୁ ଦେଢରୁ ଦୁଇଗୁଣା ଟଙ୍କା ଦେବାକୁ ପଡୁଛି ।

କହିରଖୁ କି ସାରା ଦେଶରେ ଯେଉଁସବୁ ଏମ୍ସ ହସ୍ପିଟାଲ ଅଛି ସେଥିରେ ମୋଟ ୨୮୮ ଟି ପ୍ରାଇଭେଟ ୱାର୍ଡ ରହିଛି । ମେ ମାସରେ ଏମ୍ସ ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶ ମୁତାବକ ପ୍ରଥମ ଶ୍ରେଣୀ ପ୍ରାଇଭେଟ ୱାର୍ଡର ପ୍ରତିଦିନ ଭଡା ୨ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । ସେହିଭଳି ଡିଲକ୍ସ ୱାର୍ଡର ଭଡା ୩ ହଜାର ଟଙ୍କାରୁ ବୃଦ୍ଧି କରି ୬ ହଜାର ଟଙ୍କା କରାଯାଇଥିଲା । ଏବେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏହି ଉଭୟ ପ୍ରାଇଭେଟ ୱାର୍ଡର ଦୈନିକ ଭଡା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି ।