ଜିଏସଟି ବିଲକୁ ନେଇ ଆଜି ଲୋକସଭାରେ ମାରଥାନ ବିତର୍କ ! ୪ଟି ଚିଠା ବିଲ ଉପରେ ଆଲୋଚନା

32

କନକ ବ୍ୟୁରୋ : ଜିଏସଟି ବିଲକୁ ନେଇ ଆଜି ଲୋକସଭାରେ ହେବ ମାରାଥନ ବିତର୍କ । ସୋମବାର ଲୋକସଭାରେ ଉପସ୍ଥାପିତ ହୋଇଥିବା ୪ଟି ଜିଏସଟି ଚିଠା ବିଲ୍ ଉପରେ ଆଜି ଆଲୋଚନା ହେବ । ଦୀର୍ଘ ୭ଘଂଟା ଧରି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜିଏସଟିର ୪ଟି ଚିଠା ବିଲ୍, କେନ୍ଦ୍ର ଜିଏସଟି , ସମନ୍ୱତ-ଜିଏସଟି, କେନ୍ଦ୍ର ଶାସିତ- ଜିଏସଟି ଓ କ୍ଷତିପୂରଣ ବିଲ୍ ଲୋକସଭାରେ ଉପସ୍ଥାପନ କରିଛନ୍ତି ।

ଗୁରୁବାର ସୁଦ୍ଧା ଲୋକସଭାରେ ଏହି ବିଲଗୁଡିକୁ ପାସ୍ କରାଇ ସରକାର ସେଗୁଡିକ ରାଜ୍ୟ ସଭାରେ ଉପସ୍ଥାପନ କରିବେ । ସଂସଦରେ ଚଳିତ ଅଧିବେଶନ ଏପ୍ରିଲ ୧୨ରେ ଶେଷ ହେବ । ଏହା ପୂର୍ବରୁ ସରକାର ସବୁ କାମ ସାରିବାକୁ ଚାହୁଁଛନ୍ତି । ଜିଏସଟି ପରିଷଦ ଦ୍ୱାରା ମଞ୍ଜୁର ହୋଇଥିବା ୫ପ୍ରତିଶତ, ୧୨ପ୍ରତିଶତ, ୧୮ପ୍ରତିଶତ ଓ ୨୮ପ୍ରତିଶତ ଭଳି ଚାରି ଥାକିଆ ଜିଏସଟି ହାର ଲାଗୁ କରାଯିବ ।

ତେବେ ଆର୍ଥିକ ଜରୁରୀକାଳିନ ସ୍ଥିତିରେ ୪୦ପ୍ରତିଶତ ହାରରେ ଜିଏସଟି ଲାଗୁ କରିବାର ବ୍ୟବସ୍ଥା ଚିଠା ବିଲ୍ରେ ରହିଛି । ଅନ୍ୟପଟେ ଲୋକସଭାରେ ଜିଏସଟି ବିଲ୍ ଉପସ୍ଥାପନକୁ ବିରୋଧୀ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା ।