ଆଜି ଜିଏସଟି କାଉନସିଲ ବୈଠକ ! ପେଟ୍ରୋଲ ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ ଓ ବ୍ୟବସାୟୀଙ୍କୁ ରିହାତି ଦେବା ଉପରେ ହୋଇପାରେ ଆଲୋଚନା

53

କନକ ବ୍ୟୁରୋ : ଜିଏସଟି ଲାଗୁ ପରେ ଲଗାତର ଭାବେ ସମାଲୋଚନାର ଶିକାର ହୋଇ ଆସୁଥିବା କେନ୍ଦ୍ର ସରକାର ଏବେ ଛୋଟ ବ୍ୟବସାୟୀଙ୍କୁ ଦିପାବଳି ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଦୀପାବଳୀକୁ ଆଖିଆଗରେ ରଖି କିଛି ବଡ ଘୋଷଣା କରିପାରେ ଜିଏସଟି ପରିଷଦ । ଆଜି ଜିଏସଟି ପରିଷଦର ବୈଠକ ବସିବାକୁ ଥିବାବେଳେ ବ୍ୟବସାୟୀଙ୍କୁ ଜିଏସଟି ରିଟର୍ଣ ଫାଇଲ କରିବାକୁ ନେଇ କିଛିଟା ରିହାତି ମିଳିବା ସମ୍ଭାବନା ରହିଛି । ବିଶେଷ କରି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । କ୍ଷୁଦ୍ର ବ୍ୟବସାୟୀ ମାନେ ତ୍ରୟମାସିକ ଭାବେ ଟ୍ୟାକ୍ସ ପଇଠ କରିବା ନେଇ ସରକାର ଘୋଷଣା କରି ପାରନ୍ତି ।

gst ministerଜିଏସଟି ପାଳନ ନେଇ ଥିବା ସମୟ ସିମାକୁ ମାର୍ଚ ୨୦୧୮ ଯାଏଁ ବଢାଇଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଟେକ୍ସଟାଇଲ ଇଣ୍ଡଷ୍ଟ୍ରୀକୁ ମଧ୍ୟ ବଡ ରିହାତି ମିଳିବା ସମ୍ଭାବନା ରହିଛି । ଏହା ସହ ପେଟ୍ରୋଲ-ଡିଜେଲ ଦରକୁ ମଧ୍ୟ ଜିଏସଟି ଅନ୍ତର୍ଭୁକ୍ତ କରିବା ନେଇ ବୈଠକରେ ଆଲୋଚନା ହୋଇପାରେ । କମ୍ ଟ୍ୟାକ୍ସ ପଇଠକାରୀଙ୍କ ବୋଝ କମ୍ କରିବା ନେଇ ମଧ୍ୟ ଆଲୋଚନା ହୋଇପାରେ । ଚର୍ଚା ହେଉଛି ଗୁଜୁରାଟ ନିର୍ବାଚନକୁ ଆଖି ଆଗରେ ରଖି କପଡା ବ୍ୟବସାୟୀଙ୍କ କିଛି ଦାବିକୁ ସରକାର ପୂରଣ କରିପାରନ୍ତି । କିଛିଦିନ ତଳେ କପଡା ବ୍ୟବସାୟୀମାନେ ଗୁଜୁରାଟରେ ଜିଏସଟିକୁ ନେଇ ଜୋରଦାର ବିରୋଧ କରିଥିଲେ ।