କନକ ବ୍ୟୁରୋ: ଜିଏସଟି କାଉନସିଲର ୪୫ ତମ ବୈଠକ ଆସନ୍ତାକାଲି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅନୁଷ୍ଠିତ ହେବ । ସକାଳ ୧୧ଟାରେ ହେବାକୁ ଥିବା ଏହି ବୈଠକରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ । ତେବେ ଆସନ୍ତାକାଲି ବସିବାକୁ ଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।
କୁହାଯାଉଛି ପେଟ୍ରୋଲ-ଡିଜେଲକୁ ଜିଏସଟିରେ ସାମିଲ କରିବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇପାରେ । ଯଦି ପେଟ୍ରୋଲ-ଡିଜେଲକୁ ଜିଏସଟିରେ ସାମିଲ କରାଯାଏ, ତେବେ ଏହାର ଦାମ ବେଶ କମିଯିବ । ତେବେ ଏନେଇ ନିଷ୍ପତ୍ତି ଜିଏସଟି ପ୍ୟାନେଲ ହିଁ ନେବ । ଏଥିପାଇଁ ତିନି-ଚତୁର୍ଥାଂଶ ସଦସ୍ୟଙ୍କ ଅନୁମତିି ଆବଶ୍ୟକ ।
ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜୋମାଟା, ସ୍ୱିଗି ଭଳି ଅନଲାଇନ୍ ଡେଲିଭରି ମଧ୍ୟ ଆଗକୁ ମହଙ୍ଗା ହୋଇପାରେ । ଫୁଡ୍ ଡେଲିଭରି ଆପ ଉପରେ ଏବେ ୫ ପ୍ରତିଶତ ଜିଏସଟି ଲାଗୁ ହୋଇପାରେ । ଆସନ୍ତାକାଲି ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ତେବେ ଲକଡାଉନ୍ ସମୟରେ ଅନେକ ଲୋକ ଅନଲାଇନ୍ ଯୋଗେ ଖାଦ୍ୟ ଅର୍ଡର କରିଥିଲେ । ଯାହା ଫଳରେ ଜୋମାଟୋ, ସ୍ୱିଗି ଭଳି ଆପ୍ ବେଶ ଲାଭବାନ ହୋଇଥିଲେ । ଏବେ ସେହି ଅନଲାଇନ୍ ଆପ୍ ଉପରେ ସରକାର ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ନେଇପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/965927-diesel-petrol-sales.jpg)