କନକ ବ୍ୟୁରୋ : କିଏ ଦେବ ଜିଏସଟି କ୍ଷତିପୂରଣ । ଏନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆସନ୍ତା ଗୁରୁବାର ବସିବାକୁ ଯାଉଛି ଜିଏସଟି ପରିଷଦର ବୈଠକ । ତେବେ ଏହା ପୂର୍ବରୁ ରାଜ୍ୟଗୁଡିକୁ ଖୁସି କରିବା ଲାଗି କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ପ୍ରସଙ୍ଗରେ ମୁହାଁମୁହିଁ ନହେବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ଜିଏସଟି କ୍ଷତିପୂରଣ ବାବଦ ସମସ୍ତ ଅର୍ଥ ରାଶି ପ୍ରଦାନ କରିବ ବୋଲି ଜଣାପଡିଛି । ଚଳିତ ବର୍ଷ ଜିଏସଟି କ୍ଷତିପୂରଣ ରାଶି ଦେବାକୁ ୨.୩୫ ଲକ୍ଷ ଟଙ୍କାର ଅଭାବ ଦେଖାଦେବ ବୋଲି ଆକଳନ କରାଯାଇଛି । ସେଥିମଧ୍ୟରୁ ୯୭ ହାଜର କୋଟି ଟଙ୍କା ଶୀଘ୍ର ରାଜ୍ୟଗୁଡିକୁ ଦିଆଯିବ ।/kanak/media/post_attachments/wp-content/uploads/2020/09/3-9-300x167.jpg)
ବଳକା ରାଶିକୁ ଉଭୟ କେନ୍ଦ୍ର ଓ ରାଜ୍ୟର ସହମତି ଅନୁସାରେ ଯେଉଁ ନିଷ୍ପତି ହେବ ସେହି ଅନୁସାରେ ପଦକ୍ଷେପ ନିଆଯିବ । ଜିଏସଟି କ୍ଷତିପୂରଣ ରାଶିକୁ ନେଇ ନିକଟରେ ଅନୁଷ୍ଠିତ ହୋଇଥିବା ଜିଏସଟି ପରିଷଦ ବୈଠକରେ କୌଣସି ନିଷ୍ପତି ନିଆଯାଇ ନପାରିବା ପରେ ଏହାକୁ ନେଇ ରାଜ୍ୟଗୁଡିକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏବଂ କେନ୍ଦ୍ର କ୍ଷତିପୂରଣ ରାଶି ବହନ କରୁ ବୋଲି ଅର୍ଥଶାସ୍ତ୍ରୀମାନେ ମତ ରଖିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/9-9.jpg)