ଜିଏସଟି କାଉନସିଲ୍ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା ! କମ୍ପାନୀମାନଙ୍କ ପାଇଁ କମିଲା କର୍ପୋରେଟ୍ ଟ୍ୟାକ୍ସ, ବ୍ୟବସାୟୀଙ୍କୁ ମିଳିବ ଆରାମ୍

592

ଗୋଆରେ ଚାଲିଥିବା ଜିଏସଟି କାଉନସିଲ୍ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଙ୍କ ପ୍ରେସ୍ ମିଟ୍ ହୋଇଯାଇଛି । ଏହି ସମୟରେ ସେ କମ୍ପାନୀ ଏବଂ ବ୍ୟବସାୟୀଙ୍କୁ ଆରାମ୍ ଦେବା ପାଇଁ କର୍ପୋରେଟ୍ ଟ୍ୟାକ୍ସ କମାଇବାକୁ ଘୋଷଣା କରିଛନ୍ତି । ନିର୍ମଳା ସୀତାରମଣ୍ କହିଥିଲେ ଯେ କର କମାଇବାର ଅଧ୍ୟାଦେଶ ପାସ୍ ହୋଇଯାଇଛି । ନିବେଶ କରୁଥିବା କମ୍ପାନୀମାନଙ୍କ ଉପରେ ୧୫ ପ୍ରତିଶତ କର ଲାଗିବ । ପ୍ରଡକ୍ଟ ଉତ୍ପାଦନ କରୁଥିବା କମ୍ପାନୀର ଟ୍ୟାକ୍ସ କମିବ । ବିନା କୌଣସି ଛାଡରେ ଆୟକର ୨୨ ପ୍ରତିଶତ ଲାଗିବ । ନିର୍ମଳା ସୀତାରମଣ୍ ଙ୍କ ଏହି ଘୋଷଣା ପରେ ସେୟାର୍ ବଜାରରେ ହଲଚଲ ସୃଷ୍ଟି ହୋଇଯାଇଛି । ମାତ୍ର ୧୦ ମିନିଟ୍ ଭିତରେ ସେନସେକ୍ସ୍ ୧୨୭୬ ପଏଣ୍ଟ୍ କୁ ବୃଦ୍ଧି ଘଟିଛି ।

ଗତ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଗଣମାଧ୍ୟମ ସହ ସାକ୍ଷାତ କରି କହିଥିଲେ ଯେ , ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସଂକଟଗ୍ରସ୍ତ କୌଣସି ଏମଏସଲଏମଇକୁ ଏନପିଏ ଘୋଷିତ କରାଯିବ ନାହିଁ । ବ୍ୟାଙ୍କ୍ କରଜ ଦେବା ଆଶାରେ ୩ ରୁ ୭ ଅକ୍ଟୋବର ମଧ୍ୟଭାଗରେ ୨୦୦ ଟି ଜିଲ୍ଲାରେ ଏନବିଏଫସି ଏବଂ ଖୁଚୁରା ଋଣଧାରୀଙ୍କ ପାଇଁ ଏକ କ୍ୟାମ୍ପର ଆୟୋଜନ କରାଯିବ । ସରକାର ଏହାକୁ ବ୍ୟାଙ୍କ୍ ଲୋନ୍ ମେଳାର ନାଁ ଦେଇଛନ୍ତି । ଯେଉଁ ଜିଲ୍ଲାରେ ଏହି ଲୋନ୍ ମେଳା ଆୟୋଜନ କରାଯିବ ସେଠାକାର ସାଂସଦ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କାର୍ଯ୍ୟକ୍ରମରେ ଯୋଗ ଦେବେ ।