କନକ ବ୍ୟୁରୋ: ଆଗକୁ ମହାଙ୍ଗା ହୋଇପାରେ ଅନଲାଇନ୍ ଫୁଡ ଡେଲିଭରି । ଜିଏସଟି କାଉନସିଲ କମିଟିର ବୈଠକରେ ଏନେଇ ଆଲୋଚନା ହେବ । ସ୍ୱିଗି ଓ ଜୋମାଟୋ ପରି ଫୁଡ ଡେଲିଭରି ଆପ୍ସ ଗୁଡିକୁ ୫ ପତିଶତ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ କିମଟିର ଫିଟମେଣ୍ଟ ପ୍ୟାନେଲ ସୁପାରିଶ କରିବା ପରେ ଏନେଇ ନିଷ୍ପତ୍ତି ନେବ ଜିଏସଟି କାଉନସିଲ କମିଟି । ଫଳରେ ସ୍ୱିଗି ଓ ଜୋମାଟୋରେ ଖାଦ୍ୟ ମଗାଇବା ମହଙ୍ଗା ହେବ ।publive-imageସୂଚନା ମୁତାବକ, ଜିଏସଟି କାଉନସିଲ ବୈଠକ ଶୁକ୍ରବାର ଲକ୍ଷେ୍ନøଠାରେ ଅନୁଷ୍ଠିତ ହେବ । ଏଥିରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ଯୋଗ ଦେବେ । ବର୍ତ୍ତମାନର ଅର୍ଥିକ ବ୍ୟବସ୍ଥା ଅନୁଯାୟୀ ଟ୍ୟାକ୍ସ ଆକାରରେ ସରକାରଙ୍କୁ ବାର୍ଷିକ ୨ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ।ତେଣୁ ଏହି ବ୍ୟବସ୍ଥା ଉପରେ ପୁନଃ ବିଚାର କରି ପରିବର୍ତ୍ତନ କରାଯିବ ବୋଲି କୁହାଯାଉଛି । ଏହାସହ ପେଟ୍ରୋଲ ଓ ଡିଜେଲର ଦର ସହ କରୋନା ସମୟରେ ଅତ୍ୟାବଶ୍ୟକ ସାମଗୀଗୁଡିକର ଦରଦାମ ଉପରେ ମଧ୍ୟ ଆଲୋଚନା କରାଯିବାର ସୂଚନା ରହିଛି ।