ଅକ୍ଟୋବର ପହିଲାରୁ ଶସ୍ତାର ମଜା ଉଠାଇବେ ସାଧାରଣ ଜନତା ! ଲଘୁ ହେବ ଜିଏସଟି ଦର , ହୋଟେଲ୍ ରେ ରହିବା ଏବଂ କାର୍ କିଣିବା ହେବ ଶସ୍ତା ।

649

ଅକ୍ଟୋବର ପହିଲାରୁ ଏଭଳି ଅନେକ ପରିବର୍ତ୍ତନ ହେବାକୁ ଯାଉଛି ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ୍ ଉପରେ ପଡିବ । ତେବେ ମହଙ୍ଗାମାଡ ନୁହଁ ଶସ୍ତାର ମଜା ଉଠାଇବେ ସାଧାରଣ ଲୋକେ । ଅକ୍ଟୋବର ୧ ତାରିଖରୁ ହୋଟେଲ୍ ରେ ରହିବା ଏବଂ କାର୍ କିଣିବା ଶସ୍ତା ହୋଇଯିବ । ଏହାର କାରଣ ହେଉଛି ଜିଏସଟିର ନୂଆ ଦର ଲାଗୁ ହେବା । ଆପଣଙ୍କୁ କହିରଖୁଛୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଙ୍କ ଅଧ୍ୟକ୍ଷତାରେ ୩୭ ତମ ଜିଏସଟି କାଉନସିଲ୍ ରେ ହୋଇଥିବା ବୈଠକରେ ଅନେକ ବଡ ନିଷ୍ପତ୍ତି ନିଆଯାଇଥିଲା । ଯାହା ଅକ୍ଟୋବର ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ଏହାର ଅର୍ଥ ଏବେ ଅକ୍ଟୋବର ପହିଲାରୁ ଦେଶରେ ଅନେକ ପ୍ରଡକ୍ଟ ମହଙ୍ଗା ହୋଇଯିବ ଏବଂ ନିତିଦିନିଆ କାମରେ ଲାଗୁଥିବା ସାମଗ୍ରୀ ଶସ୍ତା ହେବ ।

୧ . ହୋଟେଲରେ ରହିବା ହେବ ଶସ୍ତା :
ଜିଏସଟି କାଉନସିଲ୍ ବୈଠକରେ ସବୁଠାରୁ ବଡ ଆରାମ୍ ହୋଟେଲ୍ ଇଣ୍ଡଷ୍ଟ୍ରିକୁ ମିଳିଛି । ଏବେ ୧୦୦୦ ଟଙ୍କାର ହୋଟେଲ୍ ଭଡାରେ ଟ୍ୟାକ୍ସ ଲାଗିବନାହିଁ । ଅନ୍ୟପକ୍ଷରେ ୭୫୦୦ ଟଙ୍କାର ଟେରିଫ୍ ରୁମ୍ ପାଇଁ ଭଡାରେ ଏବେ ୧୨ ପ୍ରତିଶତ ଜିଏସଟି ଦେବାକୁ ପଡିବ ଏବଂ ଏହା ଠାରୁ ଅଧିକ ହେଲେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ । ତେବେ ଏହାପୂର୍ବରୁ ହୋଟେଲ୍ ରୁମ୍ ପାଇଁ ୨୮ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା । ଜିଏସଟି ପାଇଁ ନୂଆ ଦର ଅକ୍ଟୋବର ୧ ଠାରୁ ଆରମ୍ଭ ହେବ ।

୨ . ଶସ୍ତା ହେଲା ବାହନ :

ଜିଏସଟି କାଉନସିଲ୍ ବୈଠକରେ ୨୮ % ଜିଏସଟି ଭିତରେ ଆସୁଥିବା ୧୦ ରୁ ୧୩ ସିଟ୍ ଥିବା ଉଭୟ ପେଟ୍ରୋଲ୍ ଏବଂ ଡିଜେଲ୍ ବାହନ ହେଲା ଶସ୍ତା । ୧୨୦୦ ସିସିର ପେଟ୍ରୋଲ୍ ବାହନରେ ଟ୍ୟାକ୍ସଦର ୧ ପ୍ରତିଶତ ଏବଂ ୧,୫୦୦ ସିସିର ଡିଜେଲ୍ ବାହନରେ ଟ୍ୟାକ୍ସଦର ୩ ପ୍ରତିଶତ କରିଦିଆଯାଇଛି । ତେବେ ବର୍ତ୍ତମାନ ଏହା ୧୫ % ରହିଛି ଏବଂ ଜିଏସଟି ଦର ୨୮ ପ୍ରତିଶତ ରହିଛି ।

୩ . ମାରୁତି ସୁଜୁକିର ଅନେକ ଯାନର କମିଲା ଦାମ୍ :

ଅଲ୍ଟୋ ୮୦୦ , ଅଲ୍ଟୋ ୧୦,ସ୍ୱିଫ୍ଟ ଡିଜେଲ୍ , ସିଲୋରିୟୋ , ବଲେନୋ ଡିଜେଲ୍ , ଇଗ୍ରିସ୍ , ଡିଜାୟର୍ ଡିଜେଲ୍ , ଟୁର୍ ଏସ୍ ଡିଜେଲ୍ , ବିଟାରା ବ୍ରେଜା ଏବଂ ଏସ୍-କ୍ରାଶ୍ ସାମିଲ୍ ରହିଛି । ତେବେ ଏହାଛଡା କମ୍ପାନୀର ଅନ୍ୟ କାର୍ ଏବଂ ଡିଜାୟର୍ , ସ୍ୱିଫ୍ଟ ବଲେନୋର ପେଟ୍ରାଲ୍ ମଡେଲ୍ ର ମଧ୍ୟ ଦାମ୍ କମିଛି । କର୍ପୋରେଟ୍ ଟ୍ୟାକ୍ସ କମିବାରୁ କମ୍ପାନୀ କାର୍ ଦର କମ୍ କରିଛି ।

୪ . ଜିଏସଟି କାଉନସିଲ୍ ବୈଠକରେ ଶୁଖିଲା ତେନ୍ତୁଳି ଉପରେ ଜିଏସଟି ଦରକୁ ଶୂନ କରିଦିଆଯାଇଛି ଯାହା ପୂର୍ବରୁ ୫ % ଥିଲା । ସ୍ଲାଇଡ୍ ଫାଷ୍ଟନଟ୍ ଉପରେ ମଧ୍ୟ ୧୮ % ଜିଏସଟି ବଦଳରେ ଏବେ ୧୨ ପ୍ର୍ରତିଶତ ଜିଏସଟି ଲାଗିବ ।

Comments are closed.