କନକ ବ୍ୟୁରୋ : ଜିଏସଟି ଆଦାୟ ନେଇ ବଡ ଖୁସି ଖବର ଆସିଛି । ଜିଏସଟି ଆଦାୟ କ୍ଷେତ୍ରରେ ସେପ୍ଟେମ୍ବର ମାସ ୨୬ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଶନିବାର ଦିନ ସୂଚନା ଦେଇଛି କି ସେପ୍ଟେମ୍ବର ମାସ ଜିଏସଟି କଲେକସନ ୨୬ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥାତ ସେପ୍ଟେମ୍ବର ମାସରେ ମୋଟ ୧.୪୭ ଲକ୍ଷ କୋଟି ଟଙ୍କା କେନ୍ଦ୍ର ରାଜସ୍ୱକୁ ଆସିଛି । ସେପ୍ଟେମ୍ବର ମାସରେ ସରକାର ମୋଟ ୧.୪୭,୬୮୬ କୋଟି ଟଙ୍କା ଆଦାୟ କରିଛନ୍ତି ।

Advertisment

ମନ୍ତ୍ରଣାଳୟର ସୂଚନା ମୁତାବକ ୨୦୨୨ ସେପ୍ଟେମ୍ବର ମାସରେ ମୋଟ ଜିଏସଟି ଆଦାୟ ୧.୪୭,୬୮୬ କୋଟି ଟଙ୍କା ରହିଛି । ଲଗାତର ଭାବେ ୭ ମାସ ହେବ ଦେଶର ଜିଏସଟି କଲେକସନ ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଆସିଛି । ସେପ୍ଟେମ୍ବର ମାସ ଆଦାୟ ହୋଇଥିବା ଜିଏସଟି ମଧ୍ୟରୁ ୩୧,୮୧୩ କୋଟି ଟଙ୍କା ସିଜିଏସଟି ରହିଥିବା ବେଳେ ୮୦,୬୪୬ କୋଟି ଟଙ୍କା ରହିଛି ଆଇଜିଏସଟି ।

ସେପଟେ କେନ୍ଦ୍ର ଜିଏସଟି ଅଧିକାରୀମାନେ ୧୫ ଟି ବୀମା କମ୍ପାନୀ, ଓ ବ୍ୟାଙ୍କ ମାନଙ୍କ ଉପରେ ୮୨୪ କୋଟି ଟଙ୍କା ଟ୍ୟାକ୍ସ ଚୋରି କରିଥିବା ଧରିଛନ୍ତି ।