ଲଗାତର ସପ୍ତମ ମାସରେ ବି ଜିଏସଟି ଆଦାୟ ଟପିଲା ୧.୫ ଲକ୍ଷ କୋଟି । ଜାଣନ୍ତୁ ସେପ୍ଟେମ୍ବର ମାସରେ କେତେ ଟଙ୍କା ହୋଇଛି ଜିଏସଟି ଆଦାୟ
କନକ ବ୍ୟୁରୋ : ଜିଏସଟି ଆଦାୟ ମାମଲାରେ ସେପ୍ଟେମ୍ବର ମାସରେ ବି ଆସିଲା ଭଲ ଖବର । ରବିବାର ଦିନ ଜାରି କରାଯାଇଥିବା ସୂଚନା ମୁତାବକ ରାଜକୋଷକୁ ୧,୬୨,୭୧୨ କୋଟି ଟଙ୍କା ଆସିଛି । ଏହା ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ୧୦.୨ ପ୍ରତିଶତ ଅଧିକ ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପ୍ଟେମ୍ବର ମାସରେ ୧.୬୩ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବା ବେଳେ ଏହା ଅଗଷ୍ଟମାସ ତୁଳନାରେ ୨.୩ ପ୍ରତିଶତ ଅଧିକ । ଏହାସହ ଲଗାତର ଭାବେ ସପ୍ତମ ମାସ ପାଇଁ ଜିଏସଟି ଆଦାୟ ୧.୫ ଲକ୍ଷ କୋଟି ଟଙ୍କା ଉପରେ ରହିଛି ।
ଗତମାସରେ ମୋଟ ଜିଏସଟି ଆଦାୟ ୧,୬୨,୭୧୨ କୋଟି ଟଙ୍କା ରହିଛି । ଏଥିରେ ସେଣ୍ଟ୍ରାଲ ଜିଏସଟି ୨୯,୮୧୮ କୋଟି ଟଙ୍କା, ଷ୍ଟେଟ ଜିଏସଟି ୩୭,୬୫୭ କୋଟି ଟଙ୍କା, ଆଇଜିଏସଟି ୮୩,୬୨୩ କୋଟି ଟଙ୍କା । ଏହା ସହ ସେସ୍ ବାବଦରେ ୧୧,୬୧୩ କୋଟି ଟଙ୍କା ଆଦାୟ ହୋଇଛି ।
ଜାରି କରାଯାଇଥିବା ସୂଚନାରେ କୁହାଯାଇଛି କି, ସେପ୍ଟେ୍ମ୍ବର ମାସରେ ଘରୋଇ ନେଣଦେଣରୁ ବାର୍ଷିକ ଆଧାରରେ ୧୪ ପ୍ରତିଶତ ଅଧିକ କର ଆଦାୟ ହୋଇଛି । ଆର୍ଥିକ ବର୍ଷ ୨୦୨୩-୨୪ର ଏହା ଚତୁର୍ଥମାସ ଯେଉଁମାସରେ କି ଜିଏସଟି ଆଦାୟ ୧.୬୦ ଲକ୍ଷ କୋଟି ଟଙ୍କା ପାର ହୋଇଛି ।