କନକ ବ୍ୟୁରୋ : ଜିଏସଟି ଆଦାୟ ମାମଲାରେ ସେପ୍ଟେମ୍ବର ମାସରେ ବି ଆସିଲା ଭଲ ଖବର । ରବିବାର ଦିନ ଜାରି କରାଯାଇଥିବା ସୂଚନା ମୁତାବକ ରାଜକୋଷକୁ ୧,୬୨,୭୧୨ କୋଟି ଟଙ୍କା ଆସିଛି । ଏହା ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ୧୦.୨ ପ୍ରତିଶତ ଅଧିକ ।

Advertisment

ସେପ୍ଟେମ୍ବର ମାସରେ ୧.୬୩ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବା ବେଳେ ଏହା ଅଗଷ୍ଟମାସ ତୁଳନାରେ ୨.୩ ପ୍ରତିଶତ ଅଧିକ । ଏହାସହ ଲଗାତର ଭାବେ ସପ୍ତମ ମାସ ପାଇଁ ଜିଏସଟି ଆଦାୟ ୧.୫ ଲକ୍ଷ କୋଟି ଟଙ୍କା ଉପରେ ରହିଛି ।

ଗତମାସରେ ମୋଟ ଜିଏସଟି ଆଦାୟ ୧,୬୨,୭୧୨ କୋଟି ଟଙ୍କା ରହିଛି । ଏଥିରେ ସେଣ୍ଟ୍ରାଲ ଜିଏସଟି ୨୯,୮୧୮ କୋଟି ଟଙ୍କା, ଷ୍ଟେଟ ଜିଏସଟି ୩୭,୬୫୭ କୋଟି ଟଙ୍କା, ଆଇଜିଏସଟି ୮୩,୬୨୩ କୋଟି ଟଙ୍କା । ଏହା ସହ ସେସ୍ ବାବଦରେ ୧୧,୬୧୩ କୋଟି ଟଙ୍କା ଆଦାୟ ହୋଇଛି ।

ଜାରି କରାଯାଇଥିବା ସୂଚନାରେ କୁହାଯାଇଛି କି, ସେପ୍ଟେ୍ମ୍ବର ମାସରେ ଘରୋଇ ନେଣଦେଣରୁ ବାର୍ଷିକ ଆଧାରରେ ୧୪ ପ୍ରତିଶତ ଅଧିକ କର ଆଦାୟ ହୋଇଛି । ଆର୍ଥିକ ବର୍ଷ ୨୦୨୩-୨୪ର ଏହା ଚତୁର୍ଥମାସ ଯେଉଁମାସରେ କି ଜିଏସଟି ଆଦାୟ ୧.୬୦ ଲକ୍ଷ କୋଟି ଟଙ୍କା ପାର ହୋଇଛି ।