ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଅଧିକ ଆଦାୟ ହେଲା ଜିଏସଟି ରାଜସ୍ୱ । ଜାଣନ୍ତୁ ସେପ୍ଟେମ୍ବରରେ କେତେ ଟଙ୍କ ଜିଏସଟି ରାଜସ୍ୱ ଆକାରରେ ପାଇଛନ୍ତି କେନ୍ଦ୍ର ସରକାର ।
କନକ ବ୍ୟୁରୋ : ନିକଟରେ ଶେଷ ହୋଇଥିବା ସେପ୍ଟେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ରେକର୍ଡ ୧ ଲକ୍ଷ ୧୭ ହଜାର କୋଟି ଟପିଯାଇଛି । ଏହା ସେପ୍ଟେମ୍ବର ୨୦୨୦ ତୁଳନାରେ ୨୩ ପ୍ରତିଶତ ଅଧିକ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଅଗଷ୍ଟ ୨୦୨୧ ତୁଳନାରେ ପ୍ରାୟ ୪ ପ୍ରତିଶତ ଅଧିକ । ଅଗଷ୍ଟରେ ୧.୧୨ ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପ୍ଟେମ୍ବର ମାସରେ ସଂଗ୍ରହ ହୋଇଥିବା ୧.୧୭ ଲକ୍ଷ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୦୫୭୮ କୋଟି, ରାଜ୍ୟ ଜିଏସଟି ଟ.୨୬୭୬୭ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୬୦,୯୧୧ କୋଟି ଟଙ୍କା ଓ ସେସ ୮୭୫୪ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ଆର୍ଥିକ ବର୍ଷର ୨ୟ ତିନିମାସରେ ଦେଶର ମାସିକ ହାରାହାରି ଜିଏସଟି ସଂଗ୍ରହ ୧ ଲକ୍ଷ ୧୫ ହଜାର କୋଟି ରହିଛି, ଯାହାକି ପ୍ରଥମ ତିନିମାସ ( ଏପ୍ରିଲ-ଜୁନ)ରେ ୧ ଲକ୍ଷ ୧୦ ହଜାର କୋଟି ଥିଲା । ପ୍ରଥମ ତିନିମାସରେ କରୋନା ମହାମାରୀର ୨ୟ ଲହରର ପ୍ରକୋପ ଅଧିକ ଥିବାରୁ ବିଭିନ୍ନ ରାଜ୍ୟ ପୁଣି ଥରେ ଲକଡାଉନ ଲାଗୁ କରିଥିଲେ । ଏହା ଫଳରେ ଅର୍ଥନୀତି ପ୍ରଭାବିତ ହେବା ସହ ଜିଏସଟି ରାଜସ୍ବ ହ୍ରାସ ପାଇଥିଲା ।