କନକ ବ୍ୟୁରୋ : ନିକଟରେ ଶେଷ ହୋଇଥିବା ସେପ୍ଟେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ରେକର୍ଡ ୧ ଲକ୍ଷ ୧୭ ହଜାର କୋଟି ଟପିଯାଇଛି । ଏହା ସେପ୍ଟେମ୍ବର ୨୦୨୦ ତୁଳନାରେ ୨୩ ପ୍ରତିଶତ ଅଧିକ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଅଗଷ୍ଟ ୨୦୨୧ ତୁଳନାରେ ପ୍ରାୟ ୪ ପ୍ରତିଶତ ଅଧିକ । ଅଗଷ୍ଟରେ ୧.୧୨ ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଥିଲା ।
ସେପ୍ଟେମ୍ବର ମାସରେ ସଂଗ୍ରହ ହୋଇଥିବା ୧.୧୭ ଲକ୍ଷ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୦୫୭୮ କୋଟି, ରାଜ୍ୟ ଜିଏସଟି ଟ.୨୬୭୬୭ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୬୦,୯୧୧ କୋଟି ଟଙ୍କା ଓ ସେସ ୮୭୫୪ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ଆର୍ଥିକ ବର୍ଷର ୨ୟ ତିନିମାସରେ ଦେଶର ମାସିକ ହାରାହାରି ଜିଏସଟି ସଂଗ୍ରହ ୧ ଲକ୍ଷ ୧୫ ହଜାର କୋଟି ରହିଛି, ଯାହାକି ପ୍ରଥମ ତିନିମାସ ( ଏପ୍ରିଲ-ଜୁନ)ରେ ୧ ଲକ୍ଷ ୧୦ ହଜାର କୋଟି ଥିଲା । ପ୍ରଥମ ତିନିମାସରେ କରୋନା ମହାମାରୀର ୨ୟ ଲହରର ପ୍ରକୋପ ଅଧିକ ଥିବାରୁ ବିଭିନ୍ନ ରାଜ୍ୟ ପୁଣି ଥରେ ଲକଡାଉନ ଲାଗୁ କରିଥିଲେ । ଏହା ଫଳରେ ଅର୍ଥନୀତି ପ୍ରଭାବିତ ହେବା ସହ ଜିଏସଟି ରାଜସ୍ବ ହ୍ରାସ ପାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/gst.jpg)