କନକ ବ୍ୟୁରୋ : ଅକ୍ଟୋବର ମାସ ପାର୍ବଣ ଋତୁରେ ଜିଏସଟି ଆଦାୟରେ ସରକାର ରେକର୍ଡ କରିଛନ୍ତି । ଅକ୍ଟୋବର ମାସରେ ମୋଟ ୧.୭୨ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ୨୦୧୭ ଜୁଲାଇ ପହିଲାରୁ ଜିଏସଟି ଲାଗୁ ହେବା ଦିନରୁ ୨୦୨୩ ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ଅଦ।।ୟ ହୋଇଛି । ଅକ୍ଟୋବର ୨୦୨୦ ତୁଳନାରେ ଅକ୍ଟୋବର ୨୦୨୩ ରେ ୧୩ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି ।
ଅର୍ଥମନ୍ତ୍ରଣାଳୟ ତରଫରୁ ୨୦୨୩ ଅକ୍ଟୋବର ମାସର ଜିଏସଟି ଅଦାୟ ତଥ୍ୟ ପ୍ରଦାନ କରିଛି । ଅକ୍ଟୋବର ମାସରେ ମୋଟ ୧,୭୨,୦୦୩ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଏହା ମଧ୍ୟରୁ ୩୦,୦୬୨ କୋଟି ଟଙ୍କାର ସିଜିଏସଟି, ୩୮,୧୭୧ କୋଟି ଟଙ୍କାର ଏସଜିଏସଟି, ୯୧,୩୧୫ କୋଟି ଟଙ୍କାର ଆଇଜିଏସଟି ଓ ୧୨,୪୫୬ କୋଟି ଟଙ୍କାର ସେସ୍ ଆଦାୟ କରାଯାଇଛି ।
କହିରଖୁ କି ଅର୍ଥ ମନ୍ତ୍ରଣାଳୟ ମୁତାବକ ୨୦୨୩-୨୪ ଆର୍ଥିକ ବର୍ଷରେ ଜିଏସଟି କଲେକସନ ହାରାହାରି ୧.୬୬ ଲକ୍ଷ କୋଟି ଟଙ୍କା ରହିଛି । ଯାହା ପୂର୍ବବର୍ଷ ତୁଳନାରେ ୧୧ ପ୍ରତିଶତ ଅଧିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2023/11/Supply-Under-GST.jpg)