ଫେବୃଆରୀରେ ୧୨.୫ ପ୍ରତିଶତ ବଢିଲା ଜିଏସଟି ଆଦାୟ । ଜାଣନ୍ତୁ ଜିଏସଟି ବାବଦରେ କେତେ ଟଙ୍କା ଆଦାୟ କରିଛନ୍ତି ସରକାର

ଫେବୃଆରୀରେ ୧୨.୫ ପ୍ରତିଶତ ବଢିଲା ଜିଏସଟି ଆଦାୟ । ଜାଣନ୍ତୁ ଜିଏସଟି ବାବଦରେ କେତେ ଟଙ୍କା ଆଦାୟ କରିଛନ୍ତି ସରକାର

କନକ ବ୍ୟୁରୋ : ୨୦୨୪ ଫେବୃଆରୀ ମାସର ଜିଏସଟି ଆଦାୟ ରିପୋର୍ଟ ପ୍ରକାଶ ପାଇଛି । ଫେବୃଆରୀ ମାସରେ ୧୨.୫ ପ୍ରତିଶତ ବଢିଛି ଜିଏସଟି ଆଦାୟ । ଏହି କ୍ରମରେ ଫେବୃଆରୀ ମାସରେ ମୋଟ ୧,୬୮,୩୩୭ କୋଟି ଟଙ୍କା ଆଦାୟ କରାଯାଇଛି ।

ଅର୍ଥମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଜିଏସଟି କଲେକସନ ରିପୋର୍ଟ ମୁତାବକ ମୋଟ ୧.୬୮ କୋଟିରୁ ଅଧିକ ଜିଏସଟି ଆଦାୟ ହୋଇଛି । ଫେବୃଆରୀ ୨୦୨୩ ତୁଳନାରେ ଏହା ୧୨.୫ ପ୍ରତିଶତ ଅଧିକ । ଜିଏସଟି ଆଦାୟର ଏଭଳି ବୃଦ୍ଧି ଭିତରେ ଘରୋଇ କାରବାରରୁ ଜିଏସଟି ଆଦାୟ ୧୩.୯ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଦ୍ରର୍ବ୍ୟର ଆମଦାନୀ ଉପରେ ଜିଏସଟି ଆଦାୟ ୮.୫ ପ୍ରତିଶତ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe