କନକ ବ୍ୟୁରୋ: ଚଳିତବର୍ଷ ଫେବ୍ରୁଆରୀ ମାସରେ ୧ଲକ୍ଷ ୧୩ ହଜାର କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି । ଅର୍ଥ ମନ୍ତ୍ରାଳୟ ତରଫରୁ ଆସିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପଞ୍ଚମ ମାସ ପାଇଁ ଜିଏସଟି ବାବଦ ସଂଗ୍ରହ ଏକ ଲକ୍ଷ କୋଟି ପାର କରିଛି । ଯଦି ଗତବର୍ଷ ଫେବ୍ରୁଆରୀ ମାସର ଜିଏସଟି ସଂଗ୍ରହ ସହିତ ତୁଳନା କରାଯାଏ, ତେବେ ଚଳିତବର୍ଷ ଜିଏସଟି ସଂଗ୍ରହରେ ୭ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହା ନିଶ୍ଚିତ ଭାବେ ଦେଶରେ ଅର୍ଥନୈତିକ କାରବାରରେ ଅଭିବୃଦ୍ଧି ଘଟୁଥିବାର ସଂକେତ ପ୍ରଦାନ କରୁଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୨୦୨୧ରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ସୃଷ୍ଟି କରିିଥିଲା । ଏହା ଥିଲା ୧ଲକ୍ଷ ୨୦ ହଜାର କୋଟି ଟଙ୍କା । କରୋନାକୁ ନେଇ ଚାଲିଥିବା ଲକଡାଉନ କଟକଣା ଉଠିବା ପରେ ଅର୍ଥନୈତିକ କାରବାର ଚାଲିବାର ଏହା ପ୍ରଭାବ ବୋଲି କୁହାଯାଉଛି ।
ଲଗାତର ପଞ୍ଚମ ମାସରେ ବଢିଲା ଜିଏସଟି ସଂଗ୍ରହ । ଫେବ୍ରୁଆରୀ ମାସରେ ଟପିଲା ୧ଲକ୍ଷ ୧୩ ହଜାର କୋଟି । ପୂର୍ବ ମାସ ଅପେକ୍ଷା ୭ପ୍ରତିଶତ ବୃଦ୍ଧି ।
/kanak/media/post_attachments/wp-content/uploads/2020/10/GST.jpg)